ବ୍ୟବହାରର ନିୟମ

ଏହିଠାରୁ ଲାଗୁ: ଜାନୁଆରୀ 20, 2016

‘କ୍ୟୁରେସିଓ’, ‘ଆମେ’, ‘ଆମର’ କିମ୍ବା ‘ଆମ’ ଦ୍ୱାରା, ଆମେ ବୁଝିଥାଉ ବ୍ରିଟିଶ କଲମ୍ବିଆରେ ପଞ୍ଜିକୃତ ଏକ କମ୍ପାନୀ କ୍ୟୁରେସିଓ ନେଟୱାର୍କ ଇଙ୍କ୍‌ । କ୍ୟୁରେସିଓ ଏକ ମାଲିକାନାଧୀନ ପ୍ଲାଟଫର୍ମ ଏବଂ ଏହା ମୋବାଇଲ୍‌ ଏବଂ ଡେସ୍କଟପ୍ ଆପ୍ଲିକେସନ୍‌ଗୁଡିକ ସମେତ ଆନୁଷଙ୍ଗିକ ସେବା ପ୍ରଦାନ କରିଥାଏ, ଯାହା ଏକ ଆକାଉଣ୍ଟ୍ ସୃଷ୍ଟି କରିଥିବା ଉପଭୋକ୍ତାମାନଙ୍କୁ (“ଉପଭୋକ୍ତାମାନଙ୍କୁ”) ବ୍ୟକ୍ତିଗତ, ରୋଗ-ଭିତ୍ତିକ ସାଥୀ ନେଟୱାର୍କ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ମନିଟରିଂ ଉପକରଣ (“ସେବା”) କୁ ସକ୍ଷମ କରିବାକୁ ଅନୁମତି ଦେଇଥାଏ ।

‘ତୁମେ’, ‘ତୁମର’, ‘ସଦସ୍ୟ’ କିମ୍ବା ‘ଉପଭୋକ୍ତା’ ଦ୍ୱାରା, ଆମେ ବୁଝିଥାଉ ଆମର ସେବା ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ (“ଉପଭୋକ୍ତା” କିମ୍ବା “ଉପଭୋକ୍ତାମାନେ”) ।

କ୍ୟୁରେସିଓ ଗୋପନୀୟତା ବିବୃତ୍ତି ସହିତ ଏହି ସର୍ତ୍ତାବଳୀ ଆପଣ ଏବଂ ଆମ ମଧ୍ୟରେ ସମ୍ପୂର୍ଣ୍ଣ ଚୁକ୍ତି ଅଟେ ।

ଯଦି ଆପଣ ଆମ ବ୍ୟବହାର ନିୟମ ଏବଂ ସର୍ତ୍ତାବଳୀ ସହ ସହମତ ନୁହଁନ୍ତି, ଦୟାକରି ଆମର ସେବାଗୁଡ଼ିକ ବ୍ୟବହାର କରନ୍ତୁ ନାହିଁ ।

ଯେତେବେଳେ ଆପଣ ଜଣେ ଉପଭୋକ୍ତା ହେବା ପାଇଁ ସାଇନଅପ୍‌ କରିବେ, ଆପଣଙ୍କୁ ଏକ ଆକାଉଣ୍ଟ (“ଆକାଉଣ୍ଟ”) ସୃଷ୍ଟି କରି ପଞ୍ଜୀକରଣ କରିବାକୁ ହେବ । ଆମେ ଆପଣଙ୍କ ୟୁଜର ଆକାଉଣ୍ଟ ସୃଷ୍ଟି କରିବା ପାଇଁ ଏବଂ ଆପଣ ସାଇନ୍‌ ଇନ୍‌ କରିବା ସମୟରେ ଏହାକୁ ଅଧିପ୍ରମାଣିତ କରିବା ପାଇଁ ଆପଣଙ୍କର ଇ-ମେଲ ଠିକଣା ଏବଂ ପାସଓ୍ୱାର୍ଡ ଠିକଣା ସଂଗ୍ରହ କରୁ । ଆମେ ମଧ୍ୟ ଆପଣ ଏକ ୟୁଜର ନେମ୍‌ ଗ୍ରହଣ କରିବା ଆବଶ୍ୟକ କରୁ ଯାହାକି ଆମେ ଆପଣଙ୍କୁ ସେବାରେ ଚିହ୍ନଟ କରିବା ପାଇଁ ବ୍ୟବହାର କରୁ ଏବଂ ଯାହା ଆପଣ ପୋଷ୍ଟ କରୁଥିବା କମେଣ୍ଟ ପାର୍ଶ୍ୱରେ ପ୍ରଦର୍ଶିତ ହେବ। କାର୍ଯ୍ୟକାରିତା ଥିବା ସମୟରେ ଆପଣଙ୍କର କମେଣ୍ଟଗୁଡ଼ିକ ଏବଂ ୟୁଜର ନେମ୍‌ ଅନ୍ୟ ଉପଭୋକ୍ତାମାନଙ୍କୁ ଦୃଶ୍ୟମାନ ହେବ ।

ଆପଣ ଦାଖଲ କରିବା, ପ୍ରଦର୍ଶିତ କରିବା, ପୋଷ୍ଟ କରିବା ଏବଂ ଅନ୍ୟ ପ୍ରକାରେ ସେୟାର କରି କିମ୍ବା ସେବା ବ୍ୟବହାର କରି କଣ୍ଟେଣ୍ଟ ପ୍ରଦାନ କରନ୍ତି । ଆପଣଙ୍କ କଣ୍ଟେଣ୍ଟ ମଧ୍ୟରେ ଟେକ୍ସଟ୍‌, ଫାଇଲ, ଡକ୍ୟୁମେଣ୍ଟସ, ରିପୋର୍ଟସ, ଫଳାଫଳ, ସୂଚନା, ବୁଲେଟିନ୍ସ, ଇମେଜ, ଫଟୋ, ଭିଡିଓ, କାର୍ଯ୍ୟ, ଲେଖକୀୟ କାର୍ଯ୍ୟ, ଆବେଦନ, କିମ୍ବା ଅନ୍ୟ ଯେ କୌଣସି ପ୍ରକାର ସାମଗ୍ରୀ ସାମିଲ ହୋଇପାରେ । ଆପଣ ଆପଣଙ୍କ କଣ୍ଟେଣ୍ଟ୍‌ର ମାଲିକ ଏବଂ ଆପଣ ମଧ୍ୟ ଏହି ସେବାର ଅନ୍ୟ ଉପଭୋକ୍ତାମାନଙ୍କ ସହ କେଉଁ କଣ୍ଟେଣ୍ଟ ବିନିମୟ କରିବାକୁ ପସନ୍ଦ କରିବେ, ତାହା ନିୟନ୍ତ୍ରଣ କରନ୍ତି । ଆପଣ କେଉଁ କଣ୍ଟେଣ୍ଟ ବିନିମୟ କରନ୍ତି, ଏହା ସମେତ ଏହି ସେବାରେ ଆପଣଙ୍କର ଉପଯୋଗ ସବୁ ସମୟରେ ସ୍ୱେଚ୍ଛାଧିନ ।

ଏହି ସେବା ଜରିଆରେ ଦାଖଲ ହୋଇଥିବା କିମ୍ବା ଉପଲବ୍ଧ ହୋଇଥିବା ସମସ୍ତ କଣ୍ଟେଣ୍ଟ ଏହି କଣ୍ଟେଣ୍ଟକୁ ଦାଖଲ କରିଥିବା ଉପଭୋକ୍ତାଙ୍କ ଏକକ ଦାୟିତ୍ୱ। ଅନ୍ୟ ଉପଭୋକ୍ତାମାନଙ୍କ ଦ୍ୱାରା ପୋଷ୍ଟ କିମ୍ବା ଶେୟାର କରାଯାଇଥିବା କଣ୍ଟେଣ୍ଟ କ୍ୟୁରେସିଓର ମତାମତ କିମ୍ବା ନୀତିକୁ ପ୍ରଦର୍ଶିତ କରିବା ଜରୁରୀ ନୁହେଁ । କୌଣସି ଉପଭୋକ୍ତାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା କଣ୍ଟେଣ୍ଟ ଏବଂ ଏଭଳି କଣ୍ଟେଣ୍ଟ ସମ୍ପର୍କରେ ସେହି ଉପଭୋକ୍ତାଙ୍କ ବ୍ୟବହାର ନିମନ୍ତେ ଆମେ କୌଣସି ଦାୟିତ୍ୱ ଗ୍ରହଣ କରୁନାହିଁ । କୁରେସିଓ ଅନୁପଯୁକ୍ତ କଣ୍ଟେଣ୍ଟ କିମ୍ବା ବ୍ୟବହାର ନିମନ୍ତେ ସେବାଗୁଡ଼ିକ ନିରୀକ୍ଷଣର କୌଣସି ଦାୟିତ୍ୱ ଗ୍ରହଣ କରେ ନାହିଁ, କିନ୍ତୁ ଆମେ ଆମର ଏକକ ବିବେଚନାରେ ସେବାଗୁଡ଼ିକର ବ୍ୟବହାର ତଦନ୍ତ କରିବା ଏବଂ ଏହି ନିୟମଗୁଡ଼ିକ ସହିତ ଅନୁପାଳନରେ ଉପଯୁକ୍ତ ପଦକ୍ଷେପ ନେବାର ଅଧିକାର ସଂରକ୍ଷିତ କରୁ । ଅନ୍ୟ ଉପଭୋକ୍ତାମାନେ ଆମକୁ ଏହି ସେବାର ଅନୁପଯୁକ୍ତ କଣ୍ଟେଣ୍ଟ କିମ୍ବା ବ୍ୟବହାର ସମେତ ଅନୁପଯୁକ୍ତ ଉପଯୋଗ ସମ୍ପର୍କରେ ସୂଚିତ କରିପାରିବେ।

ଆପଣ ଏହା ସୁନିଶ୍ଚିତ କରିବା ପାଇଁ ସହମତ ଯେ, ଏହି ସେବା ବ୍ୟବହାର କରି ଆପଣ ସେୟାର କରୁଥିବା ଯେ କୌଣସି କଣ୍ଟେଣ୍ଟ ଆପଣ ସେୟାର କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ଯେ ଆପଣ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନର ଗୋପନୀୟତା ଅଧିକାର, ପ୍ରଚାର ଅଧିକାର, ସତ୍ତ୍ୱାଧୀକାର, ଚୁକ୍ତିନାମା ଅଧିକାର କିମ୍ବା ଅନ୍ୟ କୌଣସି ପ୍ରକାର ଅଧିକାର ଉଲ୍ଲଘଂନ କରୁନାହାନ୍ତି । ଏହାକୁ ମନେରଖନ୍ତୁ, କାରଣ ଆପଣ ପୋଷ୍ଟ କରୁଥିବା କିମ୍ବା ଅନ୍ୟ ପ୍ରକାରେ ସେୟାର କରୁଥିବା ଯେ କୌଣସି କଣ୍ଟେଣ୍ଟର କୌଣସି ଅଧିକାରର କ୍ଲିୟରାନ୍ସ ନିମନ୍ତେ ଆପଣ ଦାୟୀ ।

ଏହି ସେବାଗୁଡ଼ିକ ମଧ୍ୟରେ ଏହି କାର୍ଯ୍ୟକାରିତା ସାମିଲ, ଯାହା ଉପଭୋକ୍ତାମାନଙ୍କୁ କମ୍ୟୁନିଟି, ବ୍ଲଗ, ମେସେଜ ବୋର୍ଡ, ବିଶେଷଜ୍ଞଙ୍କୁ ପଚାରନ୍ତୁ, ସାମାଜିକ ପରିସର କିମ୍ବା ଅନ୍ୟ ସାର୍ବଜନୀନ କ୍ଷେତ୍ର (ସାମୁହିକ ଭାବରେ ‘‘ସାର୍ବଜନୀନ କ୍ଷେତ୍ର’’)ରେ କଣ୍ଟେଣ୍ଟ ଅପଲୋଡ୍‌ କରିବା ପାଇଁ ଅନୁମତି ଦେଇଥାଏ । ଦୟାକରି ମନେରଖନ୍ତୁ ଯେ ଯେଉଁ କଣ୍ଟେଣ୍ଟ ଆପଣ ସାର୍ବଜନୀନ କ୍ଷେତ୍ରରେ ସେୟାର କରିବା ପାଇଁ ଚୟନ କରନ୍ତି 

ତାହା ଅନ୍ୟ ଉପଭୋକ୍ତାମାନଙ୍କ ପାଇଁ ଉପଳବ୍ଧ ହେବ, ଯେଉଁମାନେ କି କୌଣସି କଟକଣା ବିନା ଉକ୍ତ କଣ୍ଟେଣ୍ଟକୁ ଦେଖିପାରିବେ, ଶେୟାର କରିପାରିବେ, ବାଣ୍ଟିପାରିବେ, ପଢ଼ିପାରିବେ, ନକଲ କରିପାରିବେ, ଡାଉନଲୋଡ୍‌ କରିପାରିବେ ଏବଂ ବ୍ୟବହାର କରିପାରିବେ । ସେହି ଅନୁଯାୟୀ ଦୟାକରି ଆପଣ ସାର୍ବଜନୀନ କ୍ଷେତ୍ର ବ୍ୟବହାର କରି, ଯେଉଁ କଣ୍ଟେଣ୍ଟ ଶେୟାର କରୁଛନ୍ତି, ତାହାକୁ ସତର୍କତାର ସହିତ ବିଚାର କରନ୍ତୁ । ସାର୍ବଜନୀନ କ୍ଷେତ୍ରରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୂଚନା ଶେୟାର କରନ୍ତୁ ନାହିଁ । ସାର୍ବଜନୀନ କ୍ଷେତ୍ରକୁ କଣ୍ଟେଣ୍ଟ ଦାଖଲ କରିବା ଦ୍ୱାରା ଆପଣ ସହମତି ପ୍ରକାଶ କରିଛନ୍ତି ଯେ, ସାର୍ବଜନୀନ କ୍ଷେତ୍ରକୁ ଏହି ଦାଖଲ ସମସ୍ତ ଉଦ୍ଦେଶ୍ୟ ପାଇଁ ଅଣଗୋପନୀୟ ଅଟେ ।

ଆମେ ଆପଣଙ୍କର ରାଜିନାମା ଆବଶ୍ୟକ କରୁ, ଯେପରିକି ଆମେ ଆପଣଙ୍କ କଣ୍ଟେଣ୍ଟ ଅନ୍ୟ ୟୁଜରମାନଙ୍କ ସହିତ ଶେୟାର କରିପାରିବୁ, ଯେଉଁମାନଙ୍କୁ ଆପଣ ଆପଣଙ୍କ କଣ୍ଟେଣ୍ଟକୁ ଯିବା ପାଇଁ ଚୟନ କରନ୍ତି । ଏହା କ୍ୟୁରେସିଓକୁ ଏହି ସେବା ସହ ଆପଣଙ୍କୁ ପ୍ରଦାନ କରାଯାଇଥିବା ସଂଯୁକ୍ତି ବ୍ୟତୀତ ଆପଣଙ୍କ କଣ୍ଟେଣ୍ଟକୁ ବିକ୍ରୟ କିମ୍ବା ଅନ୍ୟ ପ୍ରକାରେ ବିତରଣ କରିବାକୁ ଦିଏ ନାହିଁ । ଆପଣ କ୍ୟୁରେସିଓକୁ ପ୍ରଦାନ କରୁଥିବା ଲାଇସେନ୍ସ ଅଣ-ବିଶେଷ (ଅର୍ଥାତ୍ ଆପଣ ଆମ କଣ୍ଟେଣ୍ଟକୁ ଆମ ବ୍ୟତୀତ ଅନ୍ୟ କାହାକୁ ଲାଇସେନ୍ସ କରିବାକୁ ମୁକ୍ତ), ସମ୍ପୂର୍ଣ୍ଣ ଦେୟଯୁକ୍ତ ଏବଂ ରୟାଲ୍ଟି-ମୁକ୍ତ (ଅର୍ଥାତ୍ କ୍ୟୁରେସିଓକୁ ଆପଣଙ୍କୁ କିମ୍ବା ଆପଣ ପୋଷ୍ଟ କରୁଥିବା କଣ୍ଟେଣ୍ଟର ସେବା ଅଧିକାର ଦ୍ୱାରା ଆପଣଙ୍କ ଠାରୁ ଅଧିକାର ପ୍ରାପ୍ତ କରୁଥିବା ଅନ୍ୟ କାହାକୁ ଅର୍ଥ ପୈଠ କରିବାକୁ ହେବ ନାହିଁ ), ଉପ ଲାଇସେନ୍ସ ଯୋଗ୍ୟ (ଯାହା ଦ୍ୱାରା କ୍ୟୁରେସିଓ ଅନୁବନ୍ଧିତ, ସବ୍-କଣ୍ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଅଂଶୀଦାର, ଯେପରିକି ତୃତୀୟ ପକ୍ଷ ସେବା ପ୍ରଦାନକାରୀ କିମ୍ବା ଇଣ୍ଟରନେଟ୍ କଣ୍ଟେଣ୍ଟ ବିତରଣ ନେଟୱାର୍କ ଏବଂ ସେବା ଯୋଗାଇବା ପାଇଁ ଓ୍ୱେୟାର୍‌ଲେସ୍‌ କ୍ୟାରିୟର୍‌ ବ୍ୟବହାର କରିବାକୁ ସକ୍ଷମ), ଏବଂ ବିଶ୍ୱବ୍ୟାପୀ (କାରଣ ଇଣ୍ଟରନେଟ୍ ଏବଂ ସେବାଗୁଡିକ ବିଶ୍ୱ ସ୍ତରରେ ପହଞ୍ଚିଥାଏ) ।

ଏହି ସାଇଟ୍‌ ସ୍ୱାସ୍ଥ୍ୟ ସୂଚନା ରିପୋର୍ଟ କରିବା, ପ୍ରତିକୂଳ ଘଟଣା କିମ୍ବା ଉତ୍ପାଦ ବୈଷୟିକ ଅଭିଯୋଗ କିମ୍ବା ଉତ୍ପାଦ ସମ୍ପର୍କରେ ବୈଷୟିକ କିମ୍ବା ଚିକିତ୍ସୀୟ ପ୍ରଶ୍ନ ପଚାରିବା ନିମନ୍ତେ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ । ପ୍ରତ୍ୟେକ ପରିସ୍ଥିତିରେ ଆପଣ ଆପଣଙ୍କ ଡାକ୍ତର କିମ୍ବା ଫାର୍ମାସିଷ୍ଟଙ୍କୁ ଅନୁସରଣ କରିବା ଉଚିତ୍‌ ।

ଏହି ସାଇଟ୍‌ର ଜଣେ ଉପଭୋକ୍ତା ଭାବରେ ଯଦି ଆପଣ ଏହି ସାଇଟ୍‌ରେ ତାଲିକାଭୁକ୍ତ କୌଣସି ଉତ୍ପାଦ କିମ୍ବା କୌଣସି କମ୍ପାନୀର ଉତ୍ପାଦ ବ୍ୟବହାର କରିବା ସମୟରେ ଏକ ପ୍ରତିକୂଳ ଅଭିଜ୍ଞତା ସମ୍ପର୍କରେ କିମ୍ବା ଉତ୍ପାଦ ବୈଷୟିକ ଅଭିଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରନ୍ତି, ଆପଣ ଜାଣନ୍ତି ଯେ, କ୍ୟୁରେସିଓକୁ ଆପଣ ପ୍ରଦାନ କରିଥିବା ଏହି ସୂଚନା ଏହି ଉତ୍ପାଦ ଯୋଗାଇଥିବା କମ୍ପାନୀକୁ ଏହାର ନିୟାମକ ଆବଶ୍ୟକତା ପୂରଣ କରିବା ନିମନ୍ତେ ସୂଚିତ କରିବାକୁ ହେବ। ଏହା କରିବା ପାଇଁ ଏହି କମ୍ପାନୀ ଏହାର କୌଣସି ଏକ ଉତ୍ପାଦ ସହ ଥିବା ଏକ ପ୍ରତିକୂଳ ଅଭିଜ୍ଞତା ସମ୍ପର୍କରେ ଆପଣଙ୍କ ଭୌଗୋଳିକ ଅବସ୍ଥିତିରେ ପ୍ରାସଙ୍ଗିକ ନିୟାମକଙ୍କଠାରେ ରିପୋର୍ଟ ଦାଖଲ କରିବା ପାଇଁ ଆପଣ ଦେଇଥିବା ସୂଚନା ବ୍ୟବହାର କରିପାରିବ, ଯାହା ନିୟାମକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆବଶ୍ୟକ ହୋଇପାରେ । ଏହି କମ୍ପାନୀକୁ ଆପଣଙ୍କୁ ଏବଂ କିମ୍ବା ଆପଣଙ୍କ ସ୍ୱାସ୍ଥ୍ୟ ସେବା ବୃତ୍ତିଧାରୀଙ୍କୁ ପରବର୍ତ୍ତୀ ସୂଚନା ପାଇଁ ଯୋଗାଯୋଗ କରିବା ଆବଶ୍ୟକ ହୋଇପାରେ । ଆପଣ ବୁଝନ୍ତି ଯେ, ଆଇନ ଅନୁଯାୟୀ ଅନୁପାଳନ କରିବା ନିମନ୍ତେ ଆମେ ହୁଏତ ଆପଣ ଆମକୁ ପ୍ରଦାନ କରିଥିବା ବ୍ୟକ୍ତିଗତ ସୂଚନା କିମ୍ବା ଏକ ତୃତୀୟ ପକ୍ଷକୁ କୌଣସି ଉତ୍ପାଦ ବ୍ୟବହାର ସମ୍ପର୍କରେ ଅନୁଭବ କରିଥିବା ପ୍ରତିକୂଳ ଘଟଣା ସମ୍ପର୍କରେ ଦେଇଥିବା ସୂଚନା ସଂଶୋଧନ କିମ୍ବା ଅପସାରଣ ନିମନ୍ତେ ଆପଣଙ୍କ ଅନୁରୋଧ ପୂରଣ ପାଇଁ ଆମେ ଅନୁମତି ପ୍ରାପ୍ତ ନୁହେଁ ।

ଆପଣ ଏହି ସେବାରୁ ଯେ କୌଣସି ସମୟରେ ଆପଣଙ୍କର ଯେ କୌଣସି କିମ୍ବା ସମସ୍ତ କଣ୍ଟେଣ୍ଟ ଡିଲିଟ୍‌ କରିପାରିବେ । ଆପଣ ନିଶ୍ଚିତ ଭାବରେ ଏହି ସେବାଗୁଡ଼ିକରୁ ଆପଣଙ୍କ କଣ୍ଟେଣ୍ଟ ଡିଲିଟ୍‌ କରିବା ପରେ, ଆମେ ବାସ୍ତବ ଭାବରେ ଯେତେଶୀଘ୍ର ସମ୍ଭବ ଏହା ବିତରଣ କରିବା ବନ୍ଦ କରିବୁ । ଏହା ଆମେ ସେବା ବିତରଣ ପାଇଁ ବ୍ୟବହାର କରୁଥିବା ବୈଷୟିକ ପଦ୍ଧତିଗୁଡ଼ିକ କାରଣରୁ କିଛି ସମୟ ନେଇପାରେ ।

ଏହି ସେବାଗୁଡ଼ିକ ମଧ୍ୟ ଆମେ, ଆମର ସହଭାଗୀ, ତୃତୀୟ ପକ୍ଷ ଯୋଗାଣକାରୀ, ଯେଉଁମାନଙ୍କୁ ଆମେ ଏହି ସେବା ବିତରଣ ପାଇଁ ଅଧିସ୍ୱୀକୃତ କରିଛୁ (‘‘ପ୍ରୋଭାଇଡର୍ସ’’), ଲାଇସେନ୍ସର୍ସ ଏବଂ ପ୍ରଦାନ କରୁଥିବା ଅନ୍ୟମାନଙ୍କର କଣ୍ଟେଣ୍ଟକୁ ସାମିଲ କରେ । ଏହି ସମସ୍ତ କଣ୍ଟେଣ୍ଟ କ୍ୟୁରେସିଓ ଏବଂ ଏହାର ମାଲିକମାନଙ୍କର ସମ୍ପତ୍ତି, ପରିସ୍ଥିତି, ଯାହା ହୋଇପାରେ ଏବଂ କାନାଡୀୟ, ଅନ୍ତଃରାଷ୍ଟ୍ରୀୟ କପିରାଇଟ୍‌, ଟ୍ରେଡ୍‌ମାର୍କ, ପାଟେଣ୍ଟ ଏବଂ ଅନ୍ୟ ପ୍ରଯୁଜ୍ୟ ଆଇନ ଦ୍ୱାରା ସୁରକ୍ଷିତ । ଏହି ସେବା ବ୍ୟବହାର କରିବା ଦ୍ୱାରା ଆପଣ କୌଣସି ମାଲିକାନା ଅଧିକାର କିମ୍ବା ଏହି ସେବା ବ୍ୟବହାର କରି ମିଳିଥିବା ଆକ୍ସେସ କରାଯାଇଥିବା ଏବଂ ଦେଖାଯାଇଥିବା କଣ୍ଟେଣ୍ଟ ପ୍ରତି କୌଣସି ସୂଚିତ ଅଧିକାର ହାସଲ କରନ୍ତି ନାହିଁ ଏବଂ ଏହି ସେବାରେ ସୂଚନା ଏବଂ ସାମଗ୍ରୀ ପୋଷ୍ଟ କରିବାର ଅର୍ଥ ନୁହେଁ ଯେ, ଏହି ମାଲିକ କଣ୍ଟେଣ୍ଟ ପ୍ରତି କୌଣସି ଅଧିକାର ପ୍ରତ୍ୟାହାର କରିଛନ୍ତି । ତଥାପି ଆପଣ ଏହି କଣ୍ଟେଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ବ୍ୟକ୍ତିଗତ, ଅଣ ବ୍ୟବସାୟିକ ଭାବରେ ଏହି ସେବା ବ୍ୟବହାର କରିପାରିବେ, ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଅନ୍ୟ ପ୍ରକାରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନାହିଁ ।

କ୍ୟୁରେସିଓ କୌଣସି କିମ୍ବା ଆଦୌ କାରଣ ନଥାଇ କୌଣସି କଣ୍ଟେଣ୍ଟ ଡିଲିଟ୍‌ କରିପାରିବ, ଏ ମଧ୍ୟରେ ଏସବୁ ନିୟମ ଉଲ୍ଲଘଂନ କରୁଥିବା କଣ୍ଟେଣ୍ଟଗୁଡ଼ିକ ମଧ୍ୟ ସାମିଲ, କିନ୍ତୁ ଏହା ଏତିକିରେ ସୀମିତ ନୁହେଁ । ଏଥିସହିତ ଆପଣ ଏହି ସେବାରେ, ଏହା ଜରିଆରେ କିମ୍ବା ଏଥିସହିତ ସଂଯୁକ୍ତ ଯାହା ପୋଷ୍ଟ କରନ୍ତି, କ୍ୟୁରେସିଓ ସେହି କଣ୍ଟେଣ୍ଟର ସଂରକ୍ଷଣ କ୍ଷମତାକୁ ସୀମିତ କରିବାର ଅଧିକାର ସଂରକ୍ଷିତ କରେ ।

ସେବାଗୁଡ଼ିକ ଚିକିତ୍ସୀୟ ପରାମର୍ଶ ପ୍ରଦାନ କରନ୍ତି ନାହିଁ 

ଏହି ସେବାରେ ମିଳୁଥିବା କଣ୍ଟେଣ୍ଟ, ଯେପରିକି ଟେକ୍ସଟ, ଗ୍ରାଫିକ୍ସ, ଇମେଜ, ମେସେଜ, ତୃତୀୟ ପକ୍ଷ, ପ୍ରୋଭାଇଡର କିମ୍ବା ଅନ୍ୟ ଉପଭୋକ୍ତାଠାରୁ ମିଳିଥିବା ସୂଚନା ଏବଂ ଚିକିତ୍ସୀୟ ଏବଂ ସ୍ୱାସ୍ଥ୍ୟ ସୂଚନା ଥିବା ଅନ୍ୟ ସାମଗ୍ରୀ ଗୁଡ଼ିକ । ଏ ପ୍ରକାର ସୂଚନା କେବଳ ସୂଚନାଗତ ଉଦ୍ଦେଶ୍ୟ ପାଇଁ । ଏହା ଏକ ଡାକ୍ତରୀ ପରୀକ୍ଷା କିମ୍ବା ଜଣେ ଚିକିତ୍ସକଙ୍କ ପରାମର୍ଶ, ନିଦାନ କିମ୍ବା ଚିକିତ୍ସାର ବିକଳ୍ପ ହେବା ପାଇଁ ଉଦ୍ଦିଷ୍ଟ ନୁହେଁ । ଆପଣଙ୍କ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଆପଣଙ୍କୁ ଆପଣଙ୍କ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସମସ୍ୟାରେ ପରାମର୍ଶ ଦେବା ପାଇଁ ସବୁଠାରୁ ଉପଯୁକ୍ତ ବ୍ୟକ୍ତି ।

ଯଦି ଆପଣଙ୍କର କୌଣସି ଏକ ଚିକିତ୍ସୀୟ ଜରୁରୀ ପରିସ୍ଥିତି ରହିଛି, ଆପଣଙ୍କ ଡାକ୍ତର, 911 କିମ୍ବା ଆପଣଙ୍କ ଚିକିତ୍ସୀୟ ଜରୁରୀକାଳୀନ ନମ୍ବରକୁ ତୁରନ୍ତ ଫୋନ୍‌ କରନ୍ତୁ । ଆମେ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା, ଚିକିତ୍ସକ, ଉତ୍ପାଦ, ପଦ୍ଧତି, ମତାମତ କିମ୍ବା ଏହି ସେବାଗୁଡ଼ିକରେ ଉଲ୍ଲେଖ ହୋଇଥିବା ଅନ୍ୟ ସୂଚନାକୁ ଅନୁମୋଦନ କିମ୍ବା ସମର୍ଥନ କରୁନାହିଁ ।

ଏସବୁ ନିୟମକୁ ପ୍ରବେଶ କରିବାର ଯୋଗ୍ୟତା

ଏହି ସେବା ଗୁଡ଼ିକ ଶିଶୁ କିମ୍ବା ନାବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ନିୟମଗୁଡ଼ିକରେ ପ୍ରବେଶ କରିବା ପାଇଁ ଆପଣ ଆପଣଙ୍କ ଆବାସୀୟ କ୍ଷେତ୍ରରେ ଆଇନଗତ ଭାବରେ ସାବାଳକ ବୟସରେ ପହଞ୍ଚିବାକୁ ହେବ କିମ୍ବା ଆଇନଗତ ଭାବରେ ପିତାମାତା କିମ୍ବା ଅଭିଭାବକଙ୍କ ସହମତି ନେବାକୁ ହେବ ଏବଂ ଆପଣ ସମ୍ପୂର୍ଣ୍ଣ ଭାବରେ ଏହି ନିୟମଗୁଡ଼ିକୁ ପ୍ରବେଶ କରିବାକୁ ସମର୍ଥ ଏବଂ ଦକ୍ଷ ହେବା ଉଚିତ୍‌ ଏବଂ ଏହି ନିୟମଗୁଡ଼ିକୁ ମାନିବା ଏବଂ ଅନୁପାଳନ କରିବାକୁ ସକ୍ଷମ ହେବା ଉଚିତ୍‌ । ଯଦି ଆପଣ ଏହି ନିୟମଗୁଡ଼ିକୁ ଗ୍ରହଣ କରନ୍ତି, ତେବେ ଆପଣ ଏହାଦ୍ୱାରା ଅନୁବନ୍ଧିତ ହେବାର କ୍ଷମତା ଆପଣଙ୍କର ଅଛି ବୋଲି ପ୍ରତିପାଦିତ କରନ୍ତି ।

ଏହି ସେବାଗୁଡ଼ିକରେ ଆପଣ କ’ଣ କରିନପାରିବେ

ଆମେ ଆମର ସେବାଗୁଡ଼ିକ ନେଇ ଖୁବ୍‌ ଗୌରବାନ୍ୱିତ ଏବଂ ପ୍ରକୃତ ଭାବରେ ଆଶା କରୁଯେ, ଆପଣ ସେଗୁଡ଼ିକୁ ବ୍ୟବହାର କରି ଆନନ୍ଦିତ ହେବେ । ଆପଣ ସହମତ ଯେ, ଆପଣଙ୍କ ଆକାଉଣ୍ଟରେ ହେଉଥିବା ଯେ କୌଣସି ଗତିବିଧି ପାଇଁ ଆପଣ ଏକକ ଭାବରେ ଦାୟୀ, ଯାହା ମଧ୍ୟରେ ରହିଛି ଆପଣ ଅନ୍ୟ ଉପଭୋକ୍ତାମାନଙ୍କୁ ପଠାଉଥିବା ସୂଚନା ଏବଂ ଅନ୍ୟ ଉପଭୋକ୍ତାମାନଙ୍କ ସହ ଆପଣଙ୍କର ଭାବ ବିନିମୟ ଏବଂ କେହି ଆପଣଙ୍କ ପାସ୍‌ଓ୍ୱାର୍ଡ ଏବଂ ଆକାଉଣ୍ଟକୁ ନଯିବା ସୁନିଶ୍ଚିତ କରିବା ପାଇଁ, ସମସ୍ତ କାରଣସମ୍ମତଃ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାୟୀ ।

କ୍ୟୁରେସିଓ ଆପଣଙ୍କୁ ଏହି ସେବାକୁ ଯିବା ଏବଂ ଏହାର ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ଏକ ସୀମିତ, ପ୍ରତ୍ୟାହାରଯୋଗ୍ୟ ଏବଂ ଅଣ-ବିଶେଷ ଲାଇସେନ୍ସ ଅନୁମୋଦନ କରୁଛି।

ନିମ୍ନୋକ୍ତ ଗତିବିଧିଗୁଡ଼ିକ ବିଶେଷ ଭାବରେ ନିଷେଧ :

ଏହି ସେବାକୁ କିମ୍ବା ଏହାର ଏକ ଅଂଶକୁ ପରିବର୍ତ୍ତିତ କରିବା ପାଇଁ ଏହି ସେବା ଡାଉନଲୋଡ୍‌ କରିବା । ଏହି ସେବା କିମ୍ବା ଏହାର କଣ୍ଟେଣ୍ଟକୁ ପୁନଃ ବିକ୍ରି କିମ୍ବା ବ୍ୟବସାୟିକ ଉପଯୋଗ ପାଇଁ ବ୍ୟବହାର କରିବା ଯାହା ମଧ୍ୟରେ ଏକ ଉତ୍ପାଦ କିମ୍ବା ସେବାର ବିଜ୍ଞାପନ କରିବା କିମ୍ବା ଅନ୍ୟ କୌଣସି ବ୍ୟବସାୟିକ ଉପଯୋଗ ପାଇଁ ଏହି ସେବା ବ୍ୟବହାର କରିବା ସାମିଲ । ଆପଣ ଏହି ସେବାରେ ବ୍ୟବସାୟିକ କଣ୍ଟେଣ୍ଟ ଅପଲୋଡ୍‌ କରି ନପାରନ୍ତି କିମ୍ବା କୌଣସି ବ୍ୟବସାୟିକ ଅନ୍‌ଲାଇନ୍‌ ସେବା କିମ୍ବା ଅନ୍ୟ ଅନୁଷ୍ଠାନରେ ଯୋଗ ଦେବା ପାଇଁ କିମ୍ବା ସଦସ୍ୟ ହେବା ପାଇଁ ଏହି ସେବା ବ୍ୟବହାର କରି ନପାରନ୍ତି । ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ କୌଣସି ବ୍ୟକ୍ତିଗତ ସୂଚନା ସେୟାର କରିବା, ଅନ୍ୟଥା ସେହି ବ୍ୟକ୍ତି ତାହା ସେୟାର କରିବା ପାଇଁ ଆପଣଙ୍କୁ ବିଶେଷ ଅନୁମତି ଦେଇଥାନ୍ତି । କୌଣସି ଅସମ୍ମାନଜନକ, ଆପତ୍ତିଜନକ, ଧମକେଇବା, ଭୟଭୀତ କରିବା, ନିମ୍ନ ଭାବନାଯୁକ୍ତ, ନିନ୍ଦାତ୍ମକ, ଭୟସୂଚକ, ଆକ୍ରମଣାତ୍ମକ, ଯୌନ ଭାବରେ ସ୍ପଷ୍ଟ କିମ୍ବା ବେଆଇନ ସାମଗ୍ରୀ କିମ୍ବା ଧର୍ମାନ୍ଧ, ଜାତିଗତ କିମ୍ବା ଘୃଣାଜନକ ଭାବନାର ସ୍ପଷ୍ଟ ଅଭିବ୍ୟକ୍ତି ଥିବା କୌଣସି ସାମଗ୍ରୀ କିମ୍ବା ଅନ୍ୟ ପ୍ରକାରେ ଆପତ୍ତିଜନକ କିମ୍ବା ବେଆଇନ ହୋଇଥିବା ସାମଗ୍ରୀ ପୋଷ୍ଟ କରିବା । ଆପଣ ମଧ୍ୟ ଏହା ନ କରିବା ପାଇଁ ସହମତ :

ଇଞ୍ଜିନିୟର ପରିବର୍ତ୍ତନ କରିବା, ପୁନଃ ପ୍ରସ୍ତୁତି, ସଂଶୋଧନ, ଅନୁବାଦ, ସଂକଳନ ଅଲଗା କରିବା, ଅକ୍ଷମ କରିବା, ଅଲଗା କରିବା କିମ୍ବା ଅନ୍ୟ ପ୍ରକାରେ ସୋର୍ସ କୋଡ୍‌ କିମ୍ବା ସେବାର ଆଧାରଗତ ଆଲଗୋରିଦିମ୍‌ ଜାଣିବାକୁ ଚେଷ୍ଟା କରିବା । ଏହି ସେବାର କୌଣସି ଅଂଶ ଏବଂ/କିମ୍ବା ସେବା ଉପରେ ଆଧାର କରି ଉଦ୍ଧୃତ କାର୍ଯ୍ୟ ସଂଶୋଧନ, ଅନୁବାଦ କିମ୍ବା ସୃଷ୍ଟି କରିବା । ଏକ ପ୍ରତିଯୋଗିତାମୂଳକ ଉତ୍ପାଦ କିମ୍ବା ସେବା ଗଠନ ପାଇଁ କିମ୍ବା କୌଣସି ବୈଶିଷ୍ଟ୍ୟ, କାର୍ଯ୍ୟ କିମ୍ବା ଗ୍ରାଫିକ୍ସ ନକଲ କରିବା ପାଇଁ ଏହି ସେବାକୁ ଯିବା ଏବଂ ବ୍ୟବହାର କରିବା। ସେଗୁଡ଼ିକର ଉପଲବ୍ଧତା ପ୍ରଦର୍ଶନ ଏବଂ ସଞ୍ଚାଳନ ନିରୀକ୍ଷଣ କରିବା ଉଦ୍ଦେଶ୍ୟରେ କିମ୍ବା ଅନ୍ୟ କୌଣସି ମାନଦଣ୍ଡ କିମ୍ବା ପ୍ରତିଯୋଗିତାମୂଳକ ଉଦ୍ଦେଶ୍ୟରେ ଏହି ସେବାକୁ ଯିବା ଏବଂ ବ୍ୟବହାର କରିବା । ସେବାଗୁଡିକ ସହିତ ଯେକୌଣସି ଲିଙ୍କ୍ ସୃଷ୍ଟି କରନ୍ତୁ କିମ୍ବା ଏହି ସେବାରେ ଉପଲବ୍ଧ କିମ୍ବା ଦେଖି ହେଉଥିବା କୌଣସି କଣ୍ଟେଣ୍ଟ ର ଫ୍ରେମ୍‌ କିମ୍ବା ମିରର୍‌ କରନ୍ତୁ । ଆପଣଙ୍କ ପାଇଁ ଉଦ୍ଦିଷ୍ଟ ନଥିବା ଏହି ସେବାର କ୍ଷେତ୍ରଗୁଡ଼ିକୁ, ଆପଣଙ୍କୁ ନିମନ୍ତ୍ରଣ କରାଯାଇନଥିବା କ୍ଷେତ୍ରଗୁଡ଼ିକୁ କିମ୍ବା ଏଥିରେ କିମ୍ବା ଏହା ଜରିଆରେ ଉପଲବ୍ଧ ବିଷୟବସ୍ତୁ କିମ୍ବା ତଥ୍ୟକୁ ଯିବା, ହସ୍ତକ୍ଷେପ କରିବା କିମ୍ବା ବ୍ୟବହାର କରିବା । ସେବାଗୁଡିକର ଯେକୌଣସି ଅଂଶର ଦୁର୍ବଳତାକୁ କିମ୍ବା 

ସୁରକ୍ଷା କିମ୍ବା ପ୍ରାମାଣିକିକରଣ ପଦକ୍ଷେପ ଉଲ୍ଲଂଘନ, ପରିତ୍ୟାଗ, ପରିବର୍ତ୍ତନ କିମ୍ବା ଇଚ୍ଛାକୃତ ତ୍ରୁଟିକୁ ଯାଞ୍ଚ , ସ୍କାନ୍ କିମ୍ବା ପରୀକ୍ଷା କରନ୍ତୁ । ଏହି ସେବା ସହ ସମ୍ପର୍କିତ କାର୍ଯ୍ୟବିଧି ନିରୀକ୍ଷଣ କରିବା, ଟ୍ରାକିଂ ପ୍ରଦାନ କିମ୍ବା ବ୍ୟବହାର କରିବା ଯାହା ମଧ୍ୟରେ କୌଣସି ପ୍ରତିବନ୍ଧକ ବିନା ଅନ୍ୟ କୌଣସି ବ୍ୟକ୍ତିଙ୍କର ଗତିବିଧି କିମ୍ବା ଏହି ସେବାରେ ଥିବା ଅନ୍ୟ କାର୍ଯ୍ୟକଳାପକୁ ଚିହ୍ନଟ କରିବା ସାମିଲ । ଏହି ସେବାରେ ଅନ୍ୟ ଜଣେ ଉପଭୋକ୍ତାଙ୍କ ଆକାଉଣ୍ଟ, ୟୁଜରନେମ, କିମ୍ବା ପାସଓ୍ୱାର୍ଡ ଯେ କୌଣସି ସମୟରେ ବ୍ୟବହାର କରିବା କିମ୍ବା କୌଣସି ତୃତୀୟପକ୍ଷଙ୍କୁ ଆପଣଙ୍କ ପାସଓ୍ୱାର୍ଡ ପ୍ରକାଶ କରିବା କିମ୍ବା କୌଣସି ତୃତୀୟପକ୍ଷଙ୍କୁ ଆପଣଙ୍କ ଆକାଉଣ୍ଟକୁ ଯିବାକୁ ଅନୁମତି ଦେବା । ଅବାଞ୍ଛିତ ଇମେଲ ପଠାଇବା କିମ୍ବା ଅନଧିକୃତ ଭାବରେ ସେବାକୁ ଫ୍ରେମ୍‌ କିମ୍ବା ଲିଙ୍କ୍‌ କରିବା, କିମ୍ବା ଅର୍ଥ ପାଇଁ ପ୍ରୋଫାଇଲ୍ ପ୍ରୋତ୍ସାହିତ କରିବା ନିମନ୍ତେ ତୃତୀୟ ପକ୍ଷର ପ୍ରୋତ୍ସାହନ ସାଇଟ କିମ୍ବା ସଫ୍ଟୱେୟାର ବ୍ୟବହାର କରିବା ଉଦ୍ଦେଶ୍ୟରେ ଉପଭୋକ୍ତାଙ୍କ ନାମ, ଉପଭୋକ୍ତା ଆଇଡି ନମ୍ବର, ଏବଂ / କିମ୍ବା ଇମେଲ ଠିକଣା ସଂଗ୍ରହ କରିବା । ଆମେ କୌଣସି ଅଗ୍ରହଣୀୟ କିମ୍ବା ନିଷେଧ ବ୍ୟବହାର ନିମନ୍ତେ କୌଣସି କଣ୍ଟେଣ୍ଟ ଡିଲିଟ୍‌ କରିପାରିବୁ କିମ୍ବା ଅପସାରଣ ପାଇଁ ଅନୁରୋଧ କରିପାରିବୁ ଏବଂ ଏପରିକି ଆକାଉଣ୍ଟ ଆମର ବିବେକ ଅନୁଯାୟୀ ଏବଂ କୌଣସି ଉତ୍ତରଦାୟିତ୍ୱ ବିନା ଆକାଉଣ୍ଟ ବାତିଲ କରିପାରିବୁ । ଆମେ କୌଣସି ସୂଚନା କିମ୍ବା ବିବୃତି ନ ଦେବାକୁ ଚୟନ କରିପାରୁ । ଆମେ ମଧ୍ୟ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ସଂରକ୍ଷିତ କରୁ, ଯାହା ମଧ୍ୟରେ ଏହି ସେବାର କୌଣସି ବେଆଇନ କିମ୍ବା ଅଣସ୍ୱୀକୃତ ବ୍ୟବହାର ପାଇଁ କୌଣସି ପ୍ରତିବନ୍ଧକ ବିନା, ଆଇନ କାର୍ଯ୍ୟକାରିତା ପ୍ରତି ସୂଚନା ପ୍ରଦାନ କରିପାରୁ ।

ଉପଭୋକ୍ତା ବ୍ୟବହାର

ଆପଣ ଏହି ସେବାକୁ କୌଣସି ପ୍ରକାରେ ବ୍ୟବହାର କରିବା ଉଚିତ ନୁହେଁ, ଯାହା ସେବା କିମ୍ବା ଦେଖିବାକୁ ବାଧା ଦେଇପାରେ, ନଷ୍ଟ କିମ୍ବା କୌଣସି ପ୍ରକାରେ ହାନିର କାରଣ ହେବାର ସମ୍ଭାବନା ହୋଇପାରେ । ଆପଣ ଜାଣନ୍ତି ଯେ, ଆପଣ ସମସ୍ତ ଇଲେକ୍ଟ୍ରୋନିକ ଯୋଗାଯୋଗ ଏବଂ ଆପଣଙ୍କ କମ୍ପ୍ୟୁଟରରୁ ଆମକୁ ପଠାଯାଉଥିବା ସମସ୍ତ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ଏବଂ ଆପଣ ନିଶ୍ଚିତ ଭାବରେ କେବଳ ଆଇନଗତ ଉଦ୍ଦେଶ୍ୟରେ ସେବାଗୁଡ଼ିକ ବ୍ୟବହାର କରିବା ଉଚିତ୍‌ । ଏହି ସେବାର କେତେକ ବୈଶିଷ୍ଟ୍ୟ ଆପଣଙ୍କୁ ଇ-ମେଲ କିମ୍ବା ସୋସିଆଲ ମିଡିଆରେ ଆପଣଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଜରିଆରେ ସାମଗ୍ରୀ ଫରଓ୍ୱାର୍ଡ କରିବା ପାଇଁ ଆପଣଙ୍କୁ ଅନୁମତି ଦେଇପାରେ । ଏସବୁ ବୈଶିଷ୍ଟ୍ୟ ବ୍ୟବହାର କରିବା ଦ୍ୱାରା ଆପଣ କ୍ୟୁରେସିଓକୁ ପ୍ରତିନିଧିତ୍ୱ, ନିଶ୍ଚିତ ଏବଂ ପୁଷ୍ଟି କରନ୍ତି ଯେ, ସମସ୍ତ ଗ୍ରହଣକାରୀ ଏଭଳି ଯୋଗାଯୋଗ ପଠାଇବା ପାଇଁ ଆପଣଙ୍କର ସହମତି ରହିଛି ।

ଯଦି ଆପଣ ଏହି ସେବା ଜରିଆରେ କଣ୍ଟେଣ୍ଟ ଦାଖଲ, ପୋଷ୍ଟ କିମ୍ବା ଅପଲୋଡ୍‌ କରନ୍ତି, ଆପଣ ସୁନିଶ୍ଚିତ କରିବେ ଯେ, ଏହି କଣ୍ଟେଣ୍ଟ ବେଆଇନ, ଅଶ୍ଲୀଳ, ଗାଳିଗୁଲଜ, ଧମକେଇବା, ସମ୍ମାନହାନିଜନକ, ଗୋପନୀୟତା ଅତିକ୍ରମ କରିବା , ବୌଦ୍ଧିକ ସମ୍ପ୍ରଦାୟତା ଅଧିକାର ଉଲ୍ଲଂଘନ ନୁହେଁ କିମ୍ବା ତୃତୀୟ ପକ୍ଷ ପାଇଁ ଅନ୍ୟ ପ୍ରକାରେ କ୍ଷତିକାରକ କିମ୍ବା ଆପତ୍ତିଜନକ ନୁହେଁ ଏବଂ ସଫ୍ଟଓ୍ୱେୟାର ଭାଇରସ ଦ୍ୱାରା ଗଠିତ ନୁହେଁ କିମ୍ବା ଏଥିରେ ଭାଇରସ, ରାଜନୈତିକ ପ୍ରଚାର, ବ୍ୟବସାୟିକ, ସୁପାରିଶ, ଚେନ୍‌ ଲେଟର, ଗଣ ଡାକ ବ୍ୟବସ୍ଥା କିମ୍ବା କୌଣସି ପ୍ରକାରର ‘‘ସ୍ପାମ୍‌’’ ନାହିଁ । ଏହି ସେବାରେ କୌଣସି ଶୈଳୀ କିମ୍ବା ସ୍ୱରୂପରେ ଉତ୍ପୀଡ଼ନ ଯାହା ମଧ୍ୟରେ ଇ-ମେଲ ସାମିଲ। ଚାଟ୍‌ କିମ୍ବା ସାମାଜିକ ଗଣମାଧ୍ୟମ କିମ୍ବା ଯୌନ ଭାବରେ ସ୍ପଷ୍ଟ କିମ୍ବା ଅଶାଳୀନ ଭାଷା ଦୃଢ଼ ଭାବରେ ନିଷେଧ । ଅନ୍ୟମାନଙ୍କର ବହୁରୂପ, ଯେଉଁଥିରେ କ୍ୟୁରୋସିଓ କର୍ମଚାରୀ, ଉପସ୍ଥାପକ, କିମ୍ବା ପ୍ରତିନିଧି କିମ୍ବା ଏହି ସେବାର ଅନ୍ୟ ସଦସ୍ୟ କିମ୍ବା ଭିଜିଟର ପ୍ରତିବନ୍ଧିତ । ଆପଣ ଏହି ସେବାଗୁଡିକ ମାଧ୍ୟମରେ କୌଣସି କଣ୍ଟେଣ୍ଟ ଅପଲୋଡ୍, ବଣ୍ଟନ କିମ୍ବା ଅନ୍ୟଥା ପ୍ରକାଶନ କରିବା ଉଚିତ୍ ନୁହେଁ, ଯାହା ନିନ୍ଦନୀୟ, ଅପମାନ ଜନକ, କିମ୍ବା ଭିନ୍ନ ଭାବରେ ଆପତ୍ତିଜନକ, କିମ୍ବା ଏକ ଦଣ୍ଡନୀୟ ଅପରାଧକୁ ସୃଷ୍ଟି କିମ୍ବା ଉତ୍ସାହିତ କରିପାରେ, କୌଣସି ପକ୍ଷର ଅଧିକାରକୁ ଉଲ୍ଲଂଘନ କରିପାରେ କିମ୍ବା କୌଣସି ଦାୟିତ୍ୱ ସୃଷ୍ଟି କରିପାରେ କିମ୍ବା ଯେକୌଣସି ନିୟମ ଉଲ୍ଲଂଘନ କରିପାରେ ।

ନିଜକୁ ସୁରକ୍ଷିତ କରିବା

ଆମେ ବାସ୍ତବରେ ଆପଣଙ୍କ ଗୋପନୀୟତାକୁ ସୁରକ୍ଷା ଦେବାକୁ ଖୁବ୍‌ କଷ୍ଟକରୁ ଏବଂ ସେବାଗୁଡ଼ିକୁ ନିରାପଦ ରଖୁ, କିନ୍ତୁ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

ଆପଣ ଆପଣଙ୍କର କଣ୍ଟେଣ୍ଟ ସେୟାର କରିବା ପୂର୍ବରୁ ସର୍ଭିସରେ କେଉଁଠାରେ ଏବଂ କାହା ସହିତ ସେୟାର କରିବାକୁ ଚାହାଁନ୍ତି, ତାହା ବିଚାର କରନ୍ତୁ । ଏହା ନିଶ୍ଚିତ କରନ୍ତୁ ଯେ, ଆପଣ ଆପଣଙ୍କର କଣ୍ଟେଣ୍ଟ ଅନ୍ୟ ସୋସିଆଲ ନେଟଓ୍ୱାର୍କିଂ ପେଜ୍‌ କିମ୍ବା ସାଇଟ୍‌ କିମ୍ବା ଏହି ସେବା ସହିତ ସଂଯୁକ୍ତ ଅନ୍ୟ କୌଣସି ଓ୍ୱେବ୍‌ସାଇଟ୍‌ରେ କିପରି ସେୟାର କରାଯିବ, ଯେଉଁଠାରେ ଏହି କାର୍ଯ୍ୟକାରିତା ଉପଲବ୍ଧ ରହିଛି । ଏକ ଇ-ମେଲ ଠିକଣାରେ ପଞ୍ଜୀକରଣ କରନ୍ତୁ, ଯାହା କେବଳ ଆପଣ ବ୍ୟବହାର କରିପାରିବେ ।

ଏକ ପାସ୍‌ଓ୍ୱାର୍ଡ ଚୟନ କରନ୍ତୁ ଯାହା ଅନୁମାନ କରିବା ସହଜ ନୁହେଁ ଏବଂ ଏହାକୁ ଗୁପ୍ତ ରଖନ୍ତୁ । ଯଦି ଆପଣ ସନ୍ଦେହ କରନ୍ତି ଯେ, ଅନ୍ୟ କେହି ଏହା ଜାଣନ୍ତି କିମ୍ବା ଆପଣଙ୍କ ଆକାଉଣ୍ଟକୁ ଯାଇଛନ୍ତି ତେବେ ତୁରନ୍ତ ଆପଣଙ୍କର ପାସ୍‌ଓ୍ୱାର୍ଡ ବଦଳାନ୍ତୁ । ଏହି ସେବା ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ, ଉଦାହରଣସ୍ୱରୂପ ଯଦି ଆପଣ ଏକ ବହୁ ବ୍ୟବହାର ହେଉଥିବା କିମ୍ବା ସାର୍ବଜନୀନ କମ୍ପ୍ୟୁଟର କିମ୍ବା ଅନ୍ୟ ଡିଭାଇସରୁ ବ୍ୟବହାର କରନ୍ତି, ତେବେ ପ୍ରତ୍ୟେକ ସମୟରେ ଲଗଆଉଟ୍‌ କରିବା । ଏହି ସେବାକୁ ଯିବା ପାଇଁ ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟର କିମ୍ବା ଅନ୍ୟ ଡିଭାଇସକୁ ନିରାପଦ କରନ୍ତୁ, ଉଦାହରଣସ୍ୱରୂପ ଆପଣଙ୍କ ମୋବାଇଲ୍‌ ଫୋନ୍‌କୁ ଯିବା ପାଇଁ ଏକ ପାସ୍‌ଓ୍ୱାର୍ଡ ଆବଶ୍ୟକ କରେ । ଫିସିଙ୍ଗ ସ୍କାମ୍‌ରୁ ନିଜକୁ ସୁରକ୍ଷିତ ରଖନ୍ତୁ : ଅଜଣା ପ୍ରେରକଙ୍କଠାରୁ ଆସିଥିବା ଲିଙ୍କ୍‌ କିମ୍ବା ଓପନ କିମ୍ବା ମୁକ୍ତ ଆଟାଚମେଣ୍ଟ ଉପରେ କେବେ ବି କ୍ଲିକ କରନ୍ତୁ ନାହିଁ, ପପ୍‌ଅପ୍‌ଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ ଏବଂ ଆପଣ ବ୍ୟବହାର କରୁଥିବା ସାଇଟ୍‌ ନିରାପଦ ତାହା ଜାଣିବା ପାଇଁ ଏକ ସଙ୍କେତ ଦେଖନ୍ତୁ, ଯେମିତିକି ବ୍ରାଉଜରର ଷ୍ଟାଟସ ବାର୍‌ ଉପରେ ଏକ ଲକ୍‌ ଆଇକନ । ଆପଣଙ୍କ ଦାୟିତ୍ୱ ଅନୁପାଳନରେ ବିଫଳତା ଯୋଗୁଁ ସୃଷ୍ଟି ହୋଇଥିବା କୌଣସି କ୍ଷତି କିମ୍ବା ନଷ୍ଟ ପାଇଁ ଆମେ ଦାୟୀ ହେବୁ ନାହିଁ ।

ଯଦି ଆପଣ ବିଶ୍ୱାସ କରନ୍ତି ଯେ, ଆପଣଙ୍କ ଆକାଉଣ୍ଟର ଅପବ୍ୟବହାର ହେଉଛି, ଆପଣ ସେବା ଜରିଆରେ ଆପଣଙ୍କ ପାସ୍‌ଓ୍ୱାର୍ଡ ବଦଳାଇପାରିବେ । ଯଦି ଆପଣ ପାସଓ୍ୱାର୍ଡ କିମ୍ବା ଆକାଉଣ୍ଟ ନିଷ୍କ୍ରିୟ କରିବା ପାଇଁ ଆମର ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ଆମକୁ support@curatio.me ରେ ଯୋଗାଯୋଗ କରନ୍ତୁ ଏବଂ ଆମେ ଆପଣଙ୍କୁ ସାହାଯ୍ୟ କରିବୁ ।

ଏହି ସେବାରେ ପ୍ରବେଶ 

ଆମେ ଆପଣଙ୍କୁ ଏହି ସେବା ପ୍ରତ୍ୟକ୍ଷ ଭାବରେ ଉପଲବ୍ଧ କରାଇବୁ କିମ୍ବା ଜଣେ ପ୍ରୋଭାଇଡର (ଯେମିତିକି ଏକ ସ୍ୱାସ୍ଥ୍ୟ ସେବା କିମ୍ବା ସାମାଜିକ ସେବା ପ୍ରୋଭାଇଡର, ସରକାରୀ ଅନୁଷ୍ଠାନ, ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ସାମୁହିକ ଅନୁଷ୍ଠାନ କିମ୍ବା ସେବାର ଅନ୍ୟ ଲାଇସେନ୍ସ ଧାରକ) ଏହା ଉପଲବ୍ଧ କରାଇବେ । ଉଭୟ ପ୍ରକାରେ ସେବାରେ ପ୍ରବେଶ ପାଇଁ କିମ୍ବା ସେବାର କିଛି ଅଂଶରେ ପ୍ରବେଶ ପାଇଁ ଏକ ଦେୟ ଥାଇପାରେ । ଜଣେ ପ୍ରୋଭାଇଡର ଏହି ସେବା ସମ୍ପର୍କରେ ଦେୟ କିମ୍ବା ଅନ୍ୟ ଶୁଳ୍କ ଦାବି କରିବା ନେଇ ଆମର କୌଣସି ନିୟନ୍ତ୍ରଣ ନାହିଁ । ଯଦି ଆପଣଙ୍କର କୌଣସି ପ୍ରଶ୍ନ ମତାମତ, କିମ୍ବା ସେଗୁଡ଼ିକର ଦେୟ ଏବଂ/ କିମ୍ବା ପୈଠ ସମ୍ପର୍କରେ କୌଣସି ଚିନ୍ତା ରହିଛି, ଦୟାକରି ଆପଣଙ୍କର ପ୍ରେଭାଇଡରକୁ ଯୋଗାଯୋଗ କରନ୍ତୁ । ଆପଣ ସହମତ ଯେ, ଆପଣ ଏବଂ ଆପଣଙ୍କ ପ୍ରୋଭାଇଡର ମଧ୍ୟରେ କୌଣସି ଆଲୋଚନା କିମ୍ବା ବିବାଦର ପରିଣାମ କିମ୍ବା ଏଥିସହିତ ସମ୍ପର୍କିତ ହୋଇଥିବା କୌଣସି କ୍ଷତି କିମ୍ବା ନଷ୍ଟ ନିମନ୍ତେ କ୍ୟୁରେସିଓ ଦାୟୀ କିମ୍ବା ଉତ୍ତରଦାୟୀ ହେବ ନାହିଁ ।

ଏହି ସେବା ବ୍ୟବହାର ସମୟରେ କୌଣସି ଦେୟ ରହିବ କି ନାହିଁ, ସେ ସମ୍ପର୍କରେ ଆପଣଙ୍କୁ ଆଗୁଆ ସୂଚିତ କରାଯିବ । ଆପଣଙ୍କୁ ଦାବି କରାଯାଉଥିବା ଦେୟ ସମୀକ୍ଷା କରିବା କିମ୍ବା ଗ୍ରହଣ କରିବା ପାଇଁ ଆପଣଙ୍କର ଏକ ସୁଯୋଗ ରହିବ । ଆମର ଏକକ ବିଚାରରେ ଅତିରିକ୍ତ ଦେୟ ଏବଂ ଶୁଳ୍କ ଦ୍ୱାରା ନୂତନ ସେବା ଶୁଳ୍କଗୁଡ଼ିକ ସଂଯୁକ୍ତ ହୋଇପାରେ କିମ୍ବା ବିଦ୍ୟମାନ ସେବା ପାଇଁ ଦେୟଗୁଡ଼ିକ ସକ୍ରିୟ ଭାବରେ ସଂଶୋଧିତ ଏବଂ ଦାବି ହୋଇପାରେ ।

ଦେୟଗୁଡ଼ିକ ପୈଠ ହେବା କ୍ଷେତ୍ରରେ ଆପଣ ଦେୟ ପ୍ରକ୍ରିୟା କରିବା ଉଦ୍ଦେଶ୍ୟରେ ବିଲିଂ ପ୍ରୋଭାଇଡରଙ୍କୁ ଆପଣଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ ବ୍ୟବହାର ଏବଂ ପ୍ରକାଶ ପାଇଁ ଆପଣ ସହମତ । ବିଲିଂ ପ୍ରେଭାଇଡରମାନେ ଆପଣଙ୍କ ବ୍ୟକ୍ତିଗତ ସୂଚନା ସହ ସେମାନେ କ’ଣ କରିପାରିବେ ଏବଂ କ’ଣ ନ କରିପାରିବେ, ସେ ନେଇ ଦୃଢ଼ ନିୟାମକ ଦ୍ୱାରା ପରିଚାଳିତ ।

ଯଦି ଆପଣ ଜଣେ ପ୍ରୋଭାଇଡର ଜରିଆରେ ସର୍ଭିସକୁ ଯାଆନ୍ତି, ଏହି ନିୟମଗୁଡ଼ିକ ତଥାପି ଲାଗୁ ହେବ ଏବଂ ଆପଣଙ୍କୁ ଏଥିସହ ସହମତ ହେବାକୁ ହେବ । ତଥାପି ଆପଣଙ୍କ ପ୍ରୋଭାଇଡର ସେମାନଙ୍କ ସହିତ ମଧ୍ୟ ଆପଣ ଏକ ରାଜିନାମା କରିବାକୁ ଚାହିଁପାରନ୍ତି । କ୍ୟୁରେସିଓ ସେହି ରାଜିନାମାର ଏକ ଅଂଶ ନୁହେଁ ଏବଂ ଏହାର ଏକ ପକ୍ଷ ହେବ ନାହିଁ । କେବଳ ସେହି ନିୟମଗୁଡ଼ିକ ଆପଣ ଏବଂ ଆମ ମଧ୍ୟରେ ଏହି ସେବାକୁ ଯିବା ଏବଂ ବ୍ୟବହାର କରିବା ନେଇ ସମ୍ପର୍କକୁ ପରିଚାଳିତ କରିବ ।

ଏହି ସେବାଗୁଡିକ ପାଇଁ ବ୍ୟବହାର ନିୟମାବଳୀ ପାଇଁ ଏହି ସର୍ତ୍ତାବଳୀ ଯାହା କମ୍ ପ୍ରତିବନ୍ଧକପୂର୍ଣ୍ଣ କିମ୍ବା ସେବା ପ୍ରଦାନକାରୀଙ୍କ ବ୍ୟବହାର ସର୍ତ୍ତାବଳୀ ସହିତ ବିବାଦୀୟ, ଅଧିକ ପ୍ରତିବନ୍ଧକ ସର୍ତ୍ତାବଳୀ ପ୍ରାଧାନ୍ୟ ଗ୍ରହଣ କରିବ ଏବଂ ପ୍ରୟୋଗ ହେବ ।

ଆପଣଙ୍କର ତଥ୍ୟ ପ୍ରତି ଅଧିକାର

ଆପଣ ଆପଣଙ୍କ କଣ୍ଟେଣ୍ଟର ମାଲିକ କ୍ୟୁରେସିଓ ଗୋପନୀୟତା ବିବୃତି ଅନୁଯାୟୀ ଆପଣ ସହମତ ଯେ, ଏହି ସେବା ବ୍ୟବହାର କରିବା ଦ୍ୱାରା କ୍ୟୁରେସିଓ ଆପଣଙ୍କଠାରୁ ନିଆଯାଇଥିବା କିମ୍ବା ସୃଷ୍ଟି ହୋଇଥିବା କୌଣସି ତଥ୍ୟ କିମ୍ବା ସୂଚନାର ମାଲିକ । ଯାହାକି ଏକ ମୋଟାମୋଟି ଆଧାରରେ (‘‘ ଅଜ୍ଞାତ ତଥ୍ୟ’’)ଆମ ଦ୍ୱାରା ସଂଗ୍ରହ କରାଯାଇଛି । ଏହି ଚୁକ୍ତିନାମାରେ, “ଅଜ୍ଞାତ ତଥ୍ୟ” ର ଅର୍ଥ ହେଉଛି ଯେ କ୍ୟୁରେସିଓ ଆପଣଙ୍କ ତଥ୍ୟ ଏବଂ / କିମ୍ବା ଆପଣଙ୍କଠାରୁ ସଂଗୃହିତ କିମ୍ବା ପ୍ରକ୍ରିୟାକୃତ ତଥ୍ୟର କିଛି ଅଂଶକୁ ଏକତ୍ର କରିଥାଏ, ଯେଉଁଥିରେ କୌଣସି ସୂଚନା ଧାରଣ କରେ ନାହିଁ କିମ୍ବା ପ୍ରକାଶ କରେ ନାହିଁ, ଯାହା ଆପଣଙ୍କୁ ଚିହ୍ନଟ କରିପାରିବ ଏବଂ / କିମ୍ବା ଯେଉଁଠାରେ ଏହିପରି ତଥ୍ୟ ଅନ୍ୟଥା ଅଜ୍ଞାତ କରାଯାଇଥିବ । କ୍ୟୁରେସିଓ ସମସ୍ତ ଅଜ୍ଞାତ ତଥ୍ୟ ପାଇଁ ବିଶେଷ ଅଧିକାରର ମାଲିକ, ଯାହା ମଧ୍ୟରେ ସମସ୍ତ ବୌଦ୍ଧିକ ସମ୍ପଦ ଅଧିକାର ରହିଛି । ସ୍ପଷ୍ଟ ଭାବରେ କହିବାକୁ ଗଲେ, କ୍ୟୁରେସିଓ କେବଳ ଅଜ୍ଞାତ ତଥ୍ୟ ବ୍ୟତୀତ ଅନ୍ୟମାନଙ୍କ ସହମତି ବିନା ଉପଭୋକ୍ତା ତଥ୍ୟ ପ୍ରକାଶ ପାଇଁ ଅନୁମତି ପ୍ରାପ୍ତ ନୁହେଁ ।

ସତ୍ତ୍ୱାଧୀକାରର ସୁରକ୍ଷା ଏବଂ ଅନ୍ୟ ବୌଦ୍ଧିକ ସମ୍ମତ 

ଆମେ ଅନ୍ୟମାନଙ୍କର ବୌଦ୍ଧିକ ସମ୍ପଦକୁ ସମ୍ମାନ ଦେଉ ଏବଂ ଆବଶ୍ୟକ କରୁ ଯେ, ଆମର ଉପଭୋକ୍ତାମାନେ ତାହା କରିବେ । ଆପଣ କୌଣସି ସାମଗ୍ରୀ ଅପଲୋଡ୍, ଏମ୍ବେଡ୍, ପୋଷ୍ଟ, ଇମେଲ୍, ଟ୍ରାନ୍ସମିଟ୍ କିମ୍ବା ଅନ୍ୟ କୌଣସି ପ୍ରକାରେ ଉପଲବ୍ଧ କରିପାରିବେ ନାହିଁ, ଯାହାକି କୌଣସି କପିରାଇଟ୍, ପ୍ୟାଟେଣ୍ଟ୍, ଟ୍ରେଡ୍ ମାର୍କ, ବ୍ୟବସାୟ ଗୋପନୀୟତା କିମ୍ବା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ଅନ୍ୟାନ୍ୟ ମାଲିକାନା ଅଧିକାରକୁ ଉଲ୍ଲଂଘନ କରିବ । ଏହି କଟକଣା ଉଲ୍ଲଘଂନ କରୁଥିବା ଉପଭୋକ୍ତାମାନଙ୍କ ନିମନ୍ତେ ଉପଯୁକ୍ତ ପରିସ୍ଥିତିରେ ସେବାକୁ ପ୍ରବେଶ ବାତିଲ କରିବା ନିମନ୍ତେ ଏହା ଆମର ନୀତି ।

ଏହି ସେବା ଏବଂ ସେବାଗୁଡିକର ସମସ୍ତ କଣ୍ଟେଣ୍ଟ, ଲୋଗୋ, ଗ୍ରାଫିକ୍ସ, ଇମେଜ୍‌, ସଫ୍ଟୱେୟାର୍, ଆଇକନ୍ ଏବଂ ଅନ୍ୟାନ୍ୟ ଉପାଦାନଗୁଡିକ (କିନ୍ତୁ ଉପଭୋକ୍ତା କଣ୍ଟେଣ୍ଟକୁ ବାଦ ଦେଇ) ହେଉଛି କ୍ୟୁରେସିଓ କିମ୍ବା ଯେପରି ଭାବରେ ପ୍ରଯୁଜ୍ୟ, ଏହାର ଯୋଗାଣକାରୀ ଏବଂ ଅଂଶୀଦାରଙ୍କର ବିଶେଷ ସମ୍ପତ୍ତି ଏବଂ ଏହା କାନାଡା ଏବଂ ଅନ୍ୟାନ୍ୟ ଦେଶର କପିରାଇଟ୍ ନିୟମ ଅନୁଯାୟୀ ସୁରକ୍ଷିତ । କେନ୍ଦ୍ରୀୟ ବୈଷୟିକ ପ୍ଲାଟଫର୍ମ ଏବଂ ସମସ୍ତ ସମ୍ପର୍କିତ ସଫ୍ଟଓ୍ୱେୟାର କୋଡ୍‌ କ୍ୟୁରେସିଓର ଏକକ ସମ୍ପତ୍ତି ଭାବରେ ରହିଛି । ଏଠାରେ ବିଶେଷ ଭାବରେ ଅନୁମୋଦନ ହୋଇନଥିବା ସମସ୍ତ ଅଧିକାର ସଂରକ୍ଷିତ ରହିଛି । ଆମ ଅଧିକାରର କୌଣସି ଉଲ୍ଲଘଂନ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବ ।

ଯଦି ଆପଣ ବିଶ୍ୱାସ କରନ୍ତି ଯେ, ଏହି ସେବା ଜରିଆରେ ଆପଣଙ୍କ କାମ ଗୁଡ଼ିକ ନକଲ ଏବଂ ପୋଷ୍ଟ କରାଯାଉଛି, ଯାହାକି ସତ୍ତ୍ୱାଧିକାର ଉଲ୍ଲଘଂନ ସୃଷ୍ଟି କରୁଛି, ତେବେ ଆପଣ ସେହି ସେବାରୁ ସେସବୁ ସାମଗ୍ରୀ (କିମ୍ବା ସେଗୁଡ଼ିକ ପାଖରେ ପହଞ୍ଚିବା) ଅପସାରଣ ପାଇଁ ଅନୁରୋଧ କରିପାରିବେ । ଦୟାକରି ଆମକୁ info@Curatio.meରେ ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ।

ଲିକ୍‌ ହୋଇଥିବା ସାଇଟ୍‌ ଏବଂ ସେବାଗୁଡ଼ିକ

କ୍ୟୁରେସିଓ ଏହି ସେବା ସହିତ ସଂଯୁକ୍ତ ହୋଇଥିବା କିମ୍ବା ଏହି ସେବାରେ ନିୟୋଜନ ହୋଇଥିବା ଓ୍ୱେବସାଇଟ୍‌ଗୁଡ଼ିକ କିମ୍ବା ସେମାନଙ୍କର ସୂଚନା କିମ୍ବା ସହମତି ନିମେନ୍ତ ଦାୟୀ ନୁହେଁ । ଏହି ହାଇପରଲିଙ୍କଗୁଡିକ ସେହି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ସର କୌଣସି ପ୍ରକାରର କଣ୍ଟେଣ୍ଟ କିମ୍ବା ବିଶ୍ୱସନୀୟତା କିମ୍ବା ସେହି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍‌ର କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ ବ୍ୟକ୍ତିବିଶେଷ, ସଂଗଠନ ଏବଂ / କିମ୍ବା ବ୍ୟବସାୟର ଏକ ଅନୁମୋଦନ କିମ୍ବା ସୁପାରିଶ ନୁହେଁ କିମ୍ବା ଏଭଳି ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ ।

ଯେତେବେଳେ ଆପଣ ଗୋଟିଏ ଲିଙ୍କ ବ୍ୟବହାର କରନ୍ତି ଏବଂ ସେବାର ଅନ୍ୟ ଗୋଟିଏ ସାଇଟ୍‌କୁ ଯାଆନ୍ତି, ଆପଣଙ୍କ ବ୍ରାଉଜିଂ ଏବଂ ବାର୍ତ୍ତାଳାପ ଉକ୍ତ ଓ୍ୱେବ୍‌ସାଇଟ୍‌ର ନିୟମ ଏବଂ ନୀତି ଅନୁଯାୟୀ ହେବ, କ୍ୟୁରେସିଓ ଦ୍ୱାରା ନୁହେଁ । ଆପଣ ଆଗେଇବା ପୂର୍ବରୁ ସେମାନଙ୍କ ନିୟମ ଏବଂ ନୀତିଗୁଡ଼ିକ ପଢ଼ିବା ସୁନିଶ୍ଚିତ କରନ୍ତୁ ।

କ୍ୟାରିୟର ଦେୟ

ଷ୍ଟାଣ୍ଡାର୍ଡ ମେସେଜିଂ, ଡାଟା ଏବଂ ଆପଣଙ୍କ କ୍ୟାରିୟର୍‌ ଦ୍ୱାରା ଏହି ସେବାଗୁଡ଼ିକରେ ପହଞ୍ଚିବା ପାଇଁ ବ୍ୟବହାର ହେଉଥିବା ଡିଭାଇସ୍‌ ଜରିଆରେ ଉପଲବ୍ଧ ଫିଚର୍ସ ଏବଂ ସେବାଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ଦାବି କରାଯାଉଥିବା ଶୁଳ୍କ ଉପରେ କ୍ୟୁରେସିଓର କୌଣସି ନିୟନ୍ତ୍ରଣ ନାହିଁ । ଦୟାକରି ସେମାନଙ୍କର ଦେୟ ଏବଂ ସେବା ସମ୍ପର୍କରେ ଆପଣଙ୍କ କ୍ୟାରିୟର ସହ ପ୍ରତ୍ୟକ୍ଷ ଭାବରେ ଯୋଗାଯୋଗ କରନ୍ତୁ ।

ଅନ୍ୟ ଉପଭୋକ୍ତା ଏବଂ ତୃତୀୟ ପକ୍ଷ ସହ ଯୋଗାଯୋଗ

କ୍ୟୁରେସିଓ ଏହି ସେବା ଜରିଆରେ କୌଣସି ଉପଭୋକ୍ତାଙ୍କ ସମେତ କୌଣସି ତୃତୀୟପକ୍ଷ ସହ ଆପଣଙ୍କର ଆଲୋଚନା କିମ୍ବା ଭାବ ବିନିୟମ ପାଇଁ ଦାୟୀ ନୁହେଁ । ଆପଣ ସହମତ ଯେ, ଆପଣ ଏବଂ ଅନ୍ୟ ପକ୍ଷ ମଧ୍ୟରେ କୌଣସି ଆଲୋଚନାର ପରିଣାମ କିମ୍ବା ଏଥିସହିତ ସମ୍ପର୍କିତ ହୋଇଥିବା କୌଣସି କ୍ଷତି କିମ୍ବା ନଷ୍ଟ ନିମନ୍ତେ କ୍ୟୁରେସିଓ ଦାୟୀ କିମ୍ବା ଉତ୍ତରଦାୟୀ ହେବ ନାହିଁ । କ୍ୟୁରେସିଓ ଅଧିକାର ସଂରକ୍ଷଣ କରୁଛି, କିନ୍ତୁ କୌଣସି ପ୍ରକାରେ ଆପଣ ଏବଂ ଅନ୍ୟ ପକ୍ଷ ମଧ୍ୟରେ ଏହି ସେବାରୁ କିମ୍ବା ଏହା ସହ ସଂଯୁକ୍ତ କୌଣସି ବିବାଦ ସହିତ ଜଡିତ ହେବା ନିମନ୍ତେ କୌଣସି ଉତ୍ତର ଦାୟିତ୍ୱ ନାହିଁ । କ୍ୟୁରେସିଓ ଏହି ସେବାର କୌଣସି ଉପଭୋକ୍ତାଙ୍କ ବ୍ୟବହାର ପାଇଁ ଦାୟୀ ନୁହେଁ, ଏହା ଅନ୍‌ଲାଇନ୍‌ରେ ହେଉ କିମ୍ବା ଅଫ୍‌ଲାଇନରେ ।

ବାତିଲ

ଯେ ପର୍ଯ୍ୟନ୍ତ ଆପଣ ଏହି ସେବା ବ୍ୟବହାର କରୁଛନ୍ତି, ଏହି ନିୟମଗୁଡ଼ିକ ଲାଗୁ ହେବ । ଆପଣ ଯେ କୌଣସି ସମୟରେ ଏହି ସେବା ଆପଣଙ୍କ ଡିଭାଇସରୁ ଅନଇନ୍‌ଷ୍ଟଲ କରି କିମ୍ବା ଆକାଉଣ୍ଟ ଡିଲିଟ୍‌ କରି ଏହି ସେବା ବ୍ୟବହାର କରିବା ବନ୍ଦ କରିପାରିବେ ।

ଯଦି ଆପଣଙ୍କର ସମୟ ଅବଧି ସମାପ୍ତ ହୋଇଥିବା ଏକ ସଦସ୍ୟତା ଅଛି (ଆମ ମାଧ୍ୟମରେ କିମ୍ବା ଏକ ପ୍ରଦାନକାରୀଙ୍କ ମାଧ୍ୟମରେ) କିମ୍ବା ଯଦି ଏହି ସର୍ତ୍ତଗୁଡିକର ଉଲ୍ଲଂଘନ ପାଇଁ ସେବାଗୁଡିକ ବ୍ୟବହାର କରିବା ନିମନ୍ତେ କୁରେସିଓ ଆପଣଙ୍କର ଅଧିକାର ସମାପ୍ତ କରେ, ତେବେ ଆପଣଙ୍କର ଆକାଉଣ୍ଟ ବାତିଲ ହୋଇଯିବ ।

ବାତିଲ କିମ୍ବା ସମୟ ଅବଧି ସମାପ୍ତି ପରେ, କ୍ୟୁରେସିଓ ଆପଣଙ୍କ ଦ୍ୱାରା ଦାଖଲ କିମ୍ବା ପଠାଯାଇଥିବା କୌଣସି କଣ୍ଟେଣ୍ଟକୁ (ବ୍ୟକ୍ତିଗତ ବାର୍ତ୍ତା, ମନ୍ତବ୍ୟ ଏବଂ ତତ୍କାଳ ବାର୍ତ୍ତା ସମେତ) ଖାରଜ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ଅଧିକାର ସଂରକ୍ଷଣ କରେ । ଏଥିସହ, ବାତିଲ କିମ୍ବା ଅବଧି ସମାପ୍ତି ପରେ କ୍ୟୁରେସିଓ ଆମର ଏକକ ବିବେଚନାରେ ଆପଣଙ୍କ ପ୍ରୋଫାଇଲ୍ ଅପସାରଣ ଏବଂ / କିମ୍ବା ସେବାଗୁଡିକର ସମସ୍ତ କିମ୍ବା ଯେକୌଣସି ଅଂଶରେ ଆପଣଙ୍କର ପ୍ରବେଶକୁ ପ୍ରତ୍ୟାଖ୍ୟାନ, ପ୍ରତିବନ୍ଧିତ, ସ୍ଥଗିତ କିମ୍ବା ବାତିଲ କରିବାର ଅଧିକାର ସଂରକ୍ଷଣ କରେ । ଆମେ ଯେକୌଣସି ଅଜ୍ଞାତ ତଥ୍ୟ ନିମନ୍ତେ ଅଧିକାର ବଜାୟ ରଖିବୁ ।

ଯଦି ଆପଣ ପୂର୍ବରୁ ସେବା କିମ୍ବା ପ୍ରୋତ୍ସାହନମୂଳକ ଇମେଲଗୁଡିକ ସମ୍ବନ୍ଧୀୟ ବାର୍ତ୍ତା ଗ୍ରହଣ କରିବାକୁ ସହମତ ହୋଇଥିଲେ, କୁରେସିଓ ତାହା ପଠାଇବା ପାଇଁ ଆପଣଙ୍କର ଇମେଲ୍ ଠିକଣା ରଖିପାରେ, କିନ୍ତୁ ଆପଣ ସେହି ଇମେଲ୍ ବାର୍ତ୍ତାଗୁଡ଼ିକରେ ଅନ୍‌ ସବ୍‌ସ୍କ୍ରାଇବ୍‌ ଲିଙ୍କ ବ୍ୟବହାର କରି ଯେକୌଣସି ସମୟରେ ବାର୍ତ୍ତାଗୁଡ଼ିକୁ ବାଦ୍ ଦେଇପାରିବେ ।

ଯଦି ଆପଣ ଆପଣଙ୍କ ଆକାଉଣ୍ଟ ବାତିଲ କରିବାରେ ସହଯୋଗ ଆବଶ୍ୟକ କରୁଛନ୍ତି, ଦୟା କରି support@curatio.me ରେ ଆମକୁ ଯୋଗାଯୋଗ କରନ୍ତୁ ।

କୌଣସି ଓ୍ୱାରେଣ୍ଟି ନାହିଁ

ଆଇନ ଦ୍ୱାରା ଅନୁମୋଦିତ ସର୍ବାଧିକ ପରିମାଣରେ, ସେବା ଏବଂ / କିମ୍ବା କୌଣସି କଣ୍ଟେଣ୍ଟ ଉତ୍ପାଦ କିମ୍ବା ବୈଶିଷ୍ଟ୍ୟ ପ୍ରଦାନ, କାର୍ଯ୍ୟଦକ୍ଷତା, ବିପଣନଯୋଗ୍ୟତା, କିମ୍ବା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଫିଟନେସ୍ ସମ୍ବନ୍ଧରେ କ୍ୟୁରେସିଓ କୌଣସି ପ୍ରକାରର ପ୍ରତିନିଧିତ୍ୱ, ୱାରେଣ୍ଟି, ସର୍ତ୍ତ କିମ୍ବା ପ୍ରତିଶ୍ରୁତି ପ୍ରଦାନ କରେନାହିଁ , ଯାହା ମଧ୍ୟରୁ ସମସ୍ତ “ଯେପରି ଅଛି” ଏବଂ “ ଯେପରି ଉପଲବ୍ଧ” ଆଧାରରେ ପ୍ରଦାନ କରାଯାଇଛି । ସେମାନଙ୍କର ମାନ ଏବଂ କାର୍ଯ୍ୟଦକ୍ଷତା ପାଇଁ ଆପଣ ସମସ୍ତ ବିପଦ ଗ୍ରହଣ କରୁଛନ୍ତି । ବିଳମ୍ବ, ହଜିଯିବା, ଅସମ୍ପୂର୍ଣ୍ଣ, ଅସ୍ପଷ୍ଟ, ଭୁଲ୍ ନିର୍ଦ୍ଦେଶିତ କିମ୍ବା ଚୋରି ହୋଇଥିବା ବାର୍ତ୍ତା କିମ୍ବା ମେଲ୍, ନେଟୱାର୍କ ସଂଯୋଗ ଉପଲବ୍ଧ ନହେବା, ବିଫଳ, ଅସମ୍ପୂର୍ଣ୍ଣ, ବିକୃତି କିମ୍ବା ବିଳମ୍ବିତ କମ୍ପ୍ୟୁଟର ଟ୍ରାନ୍ସମିସନ, ଅନ୍ ଲାଇନ୍ ବିଫଳତା, ହାର୍ଡୱେର୍, ସଫ୍ଟୱେର୍ କିମ୍ବା ଅନ୍ୟାନ୍ୟ ବୈଷୟିକ ତ୍ରୁଟି କିମ୍ବା ବିଶୃଙ୍ଖଳା କିମ୍ବା ଅନ୍ୟ ଯୋଗାଯୋଗ ବିଫଳତା କିମ୍ବା ଏହାକୁ ପ୍ରଭାବିତ , ବ୍ୟାଘାତ କିମ୍ବା ତ୍ରୁଟିପୂର୍ଣ୍ଣ କରୁଥିବା ପରିସ୍ଥିତି ପାଇଁ କ୍ୟୁରେସିଓ ଦାୟୀ ନୁହେଁ । କ୍ୟୁରେସିଓ କୌଣସି ଦାୟିତ୍ୱ ଗ୍ରହଣ କରେ ନାହିଁ, କିମ୍ବା ସେବାରେ ଆପଣଙ୍କର ପ୍ରବେଶ, ବ୍ୟବହାର, କିମ୍ବା ବ୍ରାଉଜିଂ କିମ୍ବା ସେବାଗୁଡିକରୁ କୌଣସି କଣ୍ଟେଣ୍ଟ ଡାଉନଲୋଡ୍ ହେତୁ ଆପଣଙ୍କ କମ୍ପ୍ୟୁଟର ଉପକରଣ କିମ୍ବା ଅନ୍ୟାନ୍ୟ ସମ୍ପତ୍ତିକୁ ପ୍ରଭାବିତ କରୁଥିବା କୌଣସି କ୍ଷତି କିମ୍ବା ଭାଇରସ୍ ପାଇଁ ଏହା ଦାୟୀ ରହିବ ନାହିଁ ।

ଉତ୍ତରଦାୟିତ୍ୱର ସୀମା

କୌଣସି ଘଟଣାରେ କ୍ୟୁରେସିଓ, ଏହାର ଲାଇସେନ୍ସଧାରୀ, ଏହାର ଯୋଗାଣକାରୀ କିମ୍ବା ସେବାରେ ଉଲ୍ଲେଖ ହୋଇଥିବା କୌଣସି ତୃତୀୟ ପକ୍ଷ ଚୁକ୍ତିନାମା, ଅପକୃତ୍ୟ କିମ୍ବା ଅନ୍ୟ କୌଣସି ଆଇନଗତ ସିଦ୍ଧାନ୍ତ ଉପରେ ଆଧାର କରି ସେବା କିମ୍ବା କଣ୍ଟେଣ୍ଟ ବ୍ୟବହାର କରିବାରେ ଅକ୍ଷମତା କାରଣରୁ ସୃଷ୍ଟି ହୋଇଥିବା କୌଣସି କ୍ଷତି (ସୀମିତତା ବିନା, ଘଟଣାକ୍ରମିକ, ପରିଣାମଗତ କ୍ଷତି, ବୃକ୍ତିଗତ ଆଘାତ/ ତ୍ରୁଟିପୂର୍ଣ୍ଣ ମୃତ୍ୟୁ ଲାଭ ହାନୀ, କିମ୍ବା ତଥ୍ୟ ହାନି କିମ୍ବା ବ୍ୟବସାୟିକ ବାଧା କାରଣରୁ ହୋଇଥିବା କ୍ଷତି ସମେତ ) ପାଇଁ ଦାୟୀ ହେବେ ନାହିଁ ,

ଏବଂ ଏହା ସମ୍ପର୍କରେ କ୍ୟୁରେସିଓ, ଏହାର ସେବାରେ ଉଲ୍ଲେଖ କରାଯାଇଥିବା ଲାଇସେନ୍ସଧାରୀ, ଏହାର ଯୋଗାଣକାରୀ କିମ୍ବା ସେବାଗୁଡିକରେ ଉଲ୍ଲେଖିତ କୌଣସି ତୃତୀୟ ପକ୍ଷ, ଏହିପରି କ୍ଷୟକ୍ଷତିର ସମ୍ଭାବନା ବିଷୟରେ ପରାମର୍ଶ ଦିଆଯାଇଥିଲେ କିମ୍ବା ଦିଆଯାଇନଥିଲେ ।

ସେବାଗୁଡିକରେ କୌଣସି ସମସ୍ୟା କିମ୍ବା ଅସନ୍ତୋଷକୁ ନେଇ ଆପଣଙ୍କର ଏକମାତ୍ର ଅଧିକାର ବା ପ୍ରତିକାର ହେଉଛି ସେବାଗୁଡିକ ଅନ୍‌ଇନଷ୍ଟଲ୍‌ ଏବଂ ବନ୍ଦ କରିବା ।

କ୍ଷତିପୂରଣ

ଏହି ସର୍ତ୍ତାବଳୀର ଉଲଙ୍ଘନ, ଆପଣଙ୍କର ଉପସ୍ଥାପନା କିମ୍ବା ୱାରେଣ୍ଟିର ଯେକୌଣସି ଉଲଙ୍ଘନ, କିମ୍ବା ଆପଣଙ୍କ ଆଚରଣ ସହିତ ଜଡିତ କୌଣସି କାର୍ଯ୍ୟକଳାପ (ଅବହେଳା କିମ୍ବା ଭୁଲ୍ ଆଚରଣକୁ ସମେତ), କିମ୍ବା ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି କଣ୍ଟେଣ୍ଟ କିମ୍ବା ସାମଗ୍ରୀର ପରିଣାମ ସ୍ୱରୂପ ହୋଇଥିବା ଯୁକ୍ତିଯୁକ୍ତ ଆଇନଗତ ଦେୟ ସମେତ ସମସ୍ତ କ୍ଷତି, ବ୍ୟୟ, ନଷ୍ଟ ଏବଂ ମୂଲ୍ୟ, ଏବଂ ସମସ୍ତ କ୍ଷତି, ଖର୍ଚ୍ଚ, କ୍ଷତି ଏବଂ ଖର୍ଚ୍ଚରୁ ଆପଣ କ୍ୟୁରେସିଓ ଏବଂ ଏହାର ଅନୁବନ୍ଧିତମାନେ, ଏବଂ ଏହାର ସଂପୃକ୍ତ ଅଧିକାରୀ, ନିର୍ଦ୍ଦେଶକ, କର୍ମଚାରୀ, ଏଜେଣ୍ଟ, ଲାଇସେନ୍ସଧାରୀ ଏବଂ ଯୋଗାଣକାରୀଙ୍କୁ ଆପଣ କ୍ଷତିପୂର୍ତ୍ତି କରିବା, ସୁରକ୍ଷା ଦେବା ଏବଂ ହାନିରହିତ କରିବା ନିମନ୍ତେ ରାଜି ହୋଇଛନ୍ତି । 

ପ୍ରଯୁଜ୍ୟ ଆଇନଗୁଡ଼ିକ

ଏହି ସର୍ତ୍ତାବଳୀ ଏବଂ ଆପଣଙ୍କର ସେବାଗୁଡିକର ବ୍ୟବହାର ସବୁ କ୍ଷେତ୍ରରେ ଆଇନ ବ୍ୟବସ୍ଥାର ଦ୍ୱନ୍ଦ୍ୱକୁ ଦୃଷ୍ଟିରେ ରଖି ବ୍ରିଟିଶ୍ କଲମ୍ବିଆ ପ୍ରଦେଶର ନିୟମ ଏବଂ ଏଥିରେ ପ୍ରଯୁଜ୍ୟ କାନାଡାର ସଂଘୀୟ ଆଇନ ଦ୍ୱାରା ପରିଚାଳିତ ହେବ । ଏହି ସର୍ତ୍ତାବଳୀ ଏବଂ ସେବାଗୁଡ଼ିକରୁ ସୃଷ୍ଟି ହୋଇଥିବା କୌଣସି ଦାବି, ମକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆପଣ ବ୍ରିଟିଶ୍‌ କଲମ୍ବିଆ ପ୍ରଦେଶର ଅଦାଲତରେ ବିଶେଷ କ୍ଷେତ୍ରାଧିକାର ଅଧିନକୁ ଯାଇ ପାରିବେ, କିନ୍ତୁ ଏଥିସହ କ୍ୟୁରେସିଓ କୌଣସି ନ୍ୟାୟକ୍ଷେତ୍ରରୁ ନିଷେଧାଜ୍ଞା ଆଶ୍ୱସ୍ତି ଚାହିଁ ପାରିବ ଏବଂ ପାଇ ପାରିବ ।

ସାଧାରଣ

ଏହି ସର୍ତ୍ତାବଳୀର ଯେକୌଣସି ଧାରାକୁ ଛାଡ କରିବା ଏଠାରେ ଥିବା ପ୍ରତ୍ୟେକ ସର୍ତ୍ତାବଳୀକୁ କଡାକଡି ପାଳନ କରିବା ଆବଶ୍ୟକ ଅନ୍ୟ କୌଣସି ବ୍ୟବସ୍ଥା କିମ୍ବା କ୍ୟୁରେସିଓର ଅଧିକାରକୁ ଛାଡ କରିବା ଭାବରେ ବିବେଚନା କରାଯିବ ନାହିଁ । ଏହି ସତ୍ତାବଳୀଗୁଡ଼ିକ ଖଣ୍ଡନୀୟ ବୋଲି ବିବେଚନା କରାଯିବ । ଯଦି ଏହି ସର୍ତ୍ତାବଳୀର ଯେକୌଣସି ବ୍ୟବସ୍ଥା ଲାଗୁ କରିବା ଯୋଗ୍ୟନୁହେଁ କିମ୍ବା ଅବୈଧ ବୋଲି ସ୍ଥିର କରାଯିବା କ୍ଷେତ୍ରରେ , ଏହି ବ୍ୟବସ୍ଥା ତଥାପି ଆଇନ ଦ୍ୱାରା ଅନୁମୋଦିତ ପୂର୍ଣ୍ଣ ପରିମାଣରେ କାର୍ଯ୍ୟକାରୀ ହେବ ଏବଂ ଏହିପରି ନିର୍ଣ୍ଣୟ ଅନ୍ୟ କୌଣସି ଅବଶିଷ୍ଟ ବ୍ୟବସ୍ଥାର ବୈଧତା କିମ୍ବା କାର୍ଯ୍ୟକାରୀତାକୁ ପ୍ରଭାବିତ କରିବ ନାହିଁ । କ୍ୟୁରେସିଓ ଏହାର ଅଧିକାର ଏବଂ ଉତ୍ତରଦାୟିତ୍ୱ ଏସବୁ ନିୟମ ଅଧୀନରେ ପ୍ରଦାନ କରିପାରେ । ଏହି ନିୟମଗୁଡ଼ିକ କ୍ୟୁରେସିଓର ଉତ୍ତରାଧିକାରୀ, ଆସାଇନ ଏବଂ ଲାଇସେନ୍ସଧାରକ ମାନଙ୍କ ସୁବିଧା ସୁନିଶ୍ଚିତ କରିବ ।

ନିୟମରେ ପରିବର୍ତ୍ତନ

କ୍ୟୁରେସିଓ ଆପଣଙ୍କୁ ସୂଚିତ କରି କିମ୍ବା ନ କରି କ୍ଷୁଦ୍ର ଏବଂ ପରିଣାମ ବିହିନ ପରିବର୍ତ୍ତନ କରିପାରିବ, ତେଣୁ ଦୟାକରି ଫେରନ୍ତୁ ଏବଂ ଏହି ପୃଷ୍ଠା ନିୟମିତ ଭାବରେ ଭିଜିଟ୍‌ କରନ୍ତୁ । ଯେଉଁ ପରିବର୍ତ୍ତନଗୁଡ଼ିକୁ କ୍ୟୁରେସିଓ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିବ ତାହା ସର୍ଭିସ ଜରିଆରେ ଆମର କର୍ପୋରେଟ୍‌ ଓ୍ୱେବ୍‌ସାଇଟ୍‌ curatio.me କିମ୍ବା ଉପଭୋକ୍ତାମାନଙ୍କ ଇ-ମେଲ ଜରିଆରେ ଯୋଗାଯୋଗ କରାଯିବ । ପରିବର୍ତ୍ତନଗୁଡ଼ିକ ଲାଗୁ ହେବା ପରେ ସେବାର ବ୍ୟବହାର ଜାରି ରଖିବା ଦ୍ୱାରା ଆପଣ ପରିବର୍ତ୍ତନ ପ୍ରତି ସହମତି ପ୍ରଦାନ କରିଛନ୍ତି । ମନେରଖନ୍ତୁ ଯେ କୌଣସି ସମୟରେ ଆପଣ ନିୟମଗୁଡ଼ିକ ସହ ସହମତ ନୁହଁନ୍ତି, ଆପଣ ସେବା ବ୍ୟବହାର ବନ୍ଦ କରିପାରିବେ ।

ଆମକୁ ଯୋଗାଯୋଗ କରନ୍ତୁ 

ଆମେ ସବୁବେଳେ ଉପଭୋକ୍ତାମାନଙ୍କ ସହ ଆଲୋଚନା କରିବାକୁ ଆଗ୍ରହର ସହ ଅପେକ୍ଷା କରୁ ! ଯେତେବେଳେ ଆପଣ ଏହି ସେବା କିମ୍ବା ଆମର ବ୍ୟବସାୟ ସମ୍ପର୍କରେ ମତାମତ କିମ୍ବା ପରାମର୍ଶ ଆମକୁ ଦିଅନ୍ତି, ଏହା ଆମକୁ ଉନ୍ନତିକରଣରେ ସାହାଯ୍ୟ କରେ । ଆପଣ ସହମତ ଯେ, ଆପଣ ଆପଣଙ୍କର ପରାମର୍ଶ ଏବଂ ମତାମତ ମାଗଣାରେ ପ୍ରଦାନ କରନ୍ତି ଏବଂ ଆମେ ଏହାକୁ ଯେ କୌଣସି ଉପାୟରେ ବ୍ୟବହାର କରିବା ନିମନ୍ତେ ପ୍ରଦାନ କରନ୍ତି । ଯଦି ଆପଣ କୌଣସି ବ୍ୟବସାୟିକ ସୂଚନା, ବିଚାରଧାରା, ଅବଧାରଣା କିମ୍ବା ଉଦ୍ଭାବନକୁ ବ୍ୟକ୍ତିଗତ କିମ୍ବା ମାଲିକାନାରେ ରଖିବାକୁ ଚାହାଁନ୍ତି, ଦୟାକରି ସେଗୁଡିକୁ ସର୍ବସାଧାରଣ କ୍ଷେତ୍ର କିମ୍ବା କ୍ୟୁରେସିଓକୁ ଇମେଲ ମାଧ୍ୟମରେ ଦାଖଲ କରନ୍ତୁ ନାହିଁ, କାରଣ ଇମେଲ ଗୋପନୀୟ କିମ୍ବା ବ୍ୟକ୍ତିଗତ ସୂଚନା ପଠାଇବା ପାଇଁ ଏକ ନିରାପଦ କିମ୍ବା ସୁରକ୍ଷିତ ପଦ୍ଧତି ନୁହେଁ ।

ରାଜିନାମା

ବ୍ୟବହାରର ନିୟମ ଗ୍ରହଣ କରିବା ସୂଚିତ କରୁଥିବା ବକ୍ସ ଗୁଡ଼ିକରେ ଚିହ୍ନ ଦେଇ ଆପଣ ସ୍ୱୀକାର କରନ୍ତି ଯେ, ବ୍ୟବହାରର ଏହି ନିୟମଗୁଡ଼ିକ ପଢ଼ିଛନ୍ତି, ବୁଝିଛନ୍ତି ଏବଂ ସହମତି ପ୍ରକାଶ କରିଛନ୍ତି ।

ଆମେ ଆପଣଙ୍କୁ ଆମ ସହ ପାଇ ଉତ୍ସାହିତ ଏବଂ ଆଶା କରୁ ଆପଣ ଆମର ସେବାଗୁଡ଼ିକୁ ସାହାଯ୍ୟକାରୀ ଏବଂ ବ୍ୟବହାର ପାଇଁ ସହଜ ଅନୁଭବ କରିବେ ! ଆମେ କ’ଣ କରୁ ଏବଂ ଆମେ କିପରି ଏହା କରୁ ଯଦି ଆପଣଙ୍କର ସେ ସମ୍ପର୍କରେ କୌଣସି ପ୍ରଶ୍ନ କିମ୍ବା ମତାମତ ରହିଛି, ଦୟାକରି info@curatio.meରେ ଆମକୁ ଜାଣିବାକୁ ଦିଅନ୍ତୁ ।