କ୍ୟୁରାସିଓ ଏସସିଡି କମ୍ପାନିଅନ୍ ମୋବାଇଲ୍ ଆପ୍
ଅଗଷ୍ଟ 9, 2021
ଏସସିଡି କମ୍ପାନିଅନ୍କୁ ସ୍ୱାଗତ! ଏହି ମୋବାଇଲ୍ ଆପ୍ ସିକିଲ୍ ସେଲ୍ ରୋଗ ସହିତ ବଞ୍ଚୁଥିବା ଲୋକମାନଙ୍କଠାରୁ ସୂଚନା ଓ ପରାମର୍ଶ ସହିତ କ୍ୟୁରାସିଓ ନେଟୱାର୍କସ ଦ୍ୱାରା ବିକଶିତ ଏବଂ ପରିକଳ୍ପିତ କରାଯାଇଥିଲା।ଏହି ଆପ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହା ଯେପରି ଭାବରେ ଆପଣଙ୍କର ଗୋପନୀୟତା ବଜାୟ ରଖିଥାଏ।ଏହି ବିଜ୍ଞପ୍ତି ଆପଣ ଯେତେବେଳେ ଏସସିଡି କମ୍ପାନିଅନ୍ ବ୍ୟବହାର କରନ୍ତି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସହିତ କ’ଣ ଘଟିଥାଏ ବ୍ୟାଖ୍ୟା କରେ।ଯଦି ଆପଣଙ୍କର କୌଣସି ପ୍ରଶ୍ନ କିମ୍ବା ଆପତ୍ତି ରହିଛି, ଦୟାକରି କ୍ୟୁରାସିଓର ଗୋପନୀୟତା ଅଧିକାରୀଙ୍କ ସହିତ privacy@curatio.meରେ ନିଃସଙ୍କୋଚରେ ଯୋଗାଯୋଗ କରନ୍ତୁ।
ଡାଟା ଫିଡୁସିୟାରି (ତଥ୍ୟ ପ୍ରବନ୍ଧକ) କିଏ ↓
କ୍ୟୁରାସିଓ ନେଟୱାର୍କସ୍ଆଇଏନସି ଏକ କାନାଡିଆନ୍ କମ୍ପାନି curatio.me
ଏସସିଡିକମ୍ପାନିଅନ୍ ଦ୍ୱାରା ସଂଗୃହିତ ବ୍ୟକ୍ତିଗତ ତଥ୍ୟ↓
ଆକାଉଣ୍ଟ ତଥ୍ୟ, ମୌଳିକ ଜନସଂଖ୍ୟା ତଥ୍ୟ, ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ତଥ୍ୟ, ଅନ୍ୟାନ୍ୟ ଇଛାଧିନ ତଥ୍ୟ।
ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସହିତ ଏସସିଡିକମ୍ପାନିଅନ୍ କ’ଣ କରେ↓
ଆପଣଙ୍କ ସମ୍ମତି ସହିତ, କ୍ୟୁରାସିଓ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିଥାଏ:
- Cଆପଣଙ୍କର ଆକାଉଣ୍ଟ ସୃଷ୍ଟି କରନ୍ତୁ ଏବଂ ଆପଣଙ୍କୁ ଏସସିଡିକମ୍ପାନିଅନ୍ ଉପରେ ସେଟ୍ ଅପ୍ କରନ୍ତୁ
- ଉପଭୋକ୍ତାମାନଙ୍କ ବିଷୟରେ ବେନାମୀ ତଥ୍ୟ ସୃଷ୍ଟି କରନ୍ତୁ, ଯାହା ଏସସିଡି କମ୍ପାନିଅନରେ ଏସସିଡି ସମ୍ପ୍ରଦାୟର ଆବଶ୍ୟକତା ବୁଝିବା ପାଇଁ ସେମାନେ କରନ୍ତି ।ଆମେ ବେଳେବେଳେ ଅମର ପାର୍ଟନର ମାନଙ୍କ ସହ ଏହି ବେନାମୀ ତଥ୍ୟକୁ ସହଭାଗ କରୁ କିମ୍ବା ବିକ୍ରୀ କରୁ ।
କିଏ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ↓
- ଅନ୍ୟ ଏସସିଡିକମ୍ପାନିଅନ୍ ଉପଭୋକ୍ତା, ଯେତେବେଳେ ଆପଣ ସେମାନଙ୍କୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖାଇବାକୁ ସ୍ଥିର କରନ୍ତି
- କ୍ୟୁରାସିଓ ବୈଷୟିକ କର୍ମଚାରୀ ଯେଉଁମାନେ ଆପ୍ ରକ୍ଷଣାବେକ୍ଷଣ କରନ୍ତି
- କ୍ୟୁରାସିଓ ସେବା ପ୍ରଦାନକାରୀ ଯେଉଁମାନେ ଆପକୁ ସହାୟତା ପ୍ରଦାନ କରନ୍ତି
ପ୍ରତିକୂଳ ଘଟଣାବଳି↓
ସମ୍ପ୍ରଦାୟ ପରିଚାଳକମାନେ ସମ୍ଭାବ୍ୟ ପ୍ରତିକୂଳ ଘଟଣା ଉପରେ ମନିଟର କରିବେ ଏବଂ ରିପୋର୍ଟ କରିବେ ।
↓
ଯେପର୍ଯ୍ୟନ୍ତ ଆପଣ ଏସସିଡିକମ୍ପାନିଅନ୍ ବ୍ୟବହାର କରନ୍ତି କିମ୍ବା ଯେପର୍ଯ୍ୟନ୍ତ ଆପଣ କ୍ୟୁରାସିଓକୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବିଲୋପ କରିବାକୁ କହନ୍ତି, କିମ୍ବା ଯଦି ଆପଣ 5 ବର୍ଷ ପର୍ଯ୍ୟନ୍ତ ଆପ୍ ବ୍ୟବହାର କରନ୍ତି ନାହିଁ।
ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିପରି ସୁରକ୍ଷିତ ରହିଥାଏ↓
କ୍ୟୁରାସିଓ ଭାରତର ଗୋପନୀୟତା ଆଇନ ଏବଂ ନିୟମାବଳି ଅନୁସରଣ କରେ। କ୍ୟୁରାସିଓ କେବଳ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିବା ପାଇଁ ଅନୁମତି ଦେଇଥାଏ, ସେମାନେ ଯେତେବେଳେ ଆପଣଙ୍କୁ ଆପରେ ସହାୟତା କରିଥାନ୍ତି, ସୁରକ୍ଷିତ ଭାବରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସ୍ଥାନାନ୍ତର କରିଥାନ୍ତି ଏବଂସାହାଯ୍ୟ କରୁଥିବା କମ୍ପାନୀଗୁଡିକୁ ଏସସିଡିକମ୍ପାନିଅନ୍ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବା ପାଇଁଶପଥ କରାଇଥାଏ।
↓
ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିବା, ସଂପାଦନା କରିବା ଏବଂ ଏହାର କପି ମାଗିବାର ଅଧିକାର ଆପଣଙ୍କର ଅଛି। ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସଂଶୋଧନ କରିବା ପାଇଁ ଆପଣ କ୍ୟୁରାସିଓକୁ କହିପାରିବେ ଏବଂ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବ୍ୟବହାର ଜାରି ରଖିବାକୁ କ୍ୟୁରାସିଓ ପାଇଁ ଆପଣଙ୍କର ସମ୍ମତି ପ୍ରତ୍ୟାହାର କରିପାରିବେ।
ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଆଧାରରେ ନିଷ୍ପତ୍ତି ନେବା ପାଇଁ କମ୍ପ୍ୟୁଟରଗୁଡିକ କିପରି ବ୍ୟବହୃତ ହୁଏ↓
ବ୍ୟକ୍ତିଗତ ତଥ୍ୟକୁ ଦେଖିବା ଏବଂ ଏସସିଡିକମ୍ପାନିଅନ୍ ବ୍ୟବହାରକାରୀଙ୍କୁ ବନ୍ଧୁମାନଙ୍କୁ ପରାମର୍ଶ ଦେବା ପାଇଁ କ୍ୟୁରାସିଓର କମ୍ପ୍ୟୁଟର ଗୁଡିକରେ ନିୟମର ଏକ ସେଟ୍ ବ୍ୟବହାରକରାଯାଇଥାଏ।
ଏସସିଡିକମ୍ପାନିଅନ୍ ଏବଂ ପିଲାମାନେ।↓
ପରିକଳ୍ପନା ଅନୁଯାୟୀ, ଏସସିଡି କମ୍ପାନିଅନ ଅଠର (18) ବର୍ଷରୁ କମ ବୟସର ବ୍ୟବହାରକାରୀଙ୍କଠାରୁ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରେ ନାହିଁ।
କିପରି ଏବଂ କେତେବେଳେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଆପଣଙ୍କ ନିଜ ବ୍ୟତୀତ ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହୁଏ↓
ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଭାରତରେ ଗଚ୍ଛିତ ରହିବ। ଆପଣଙ୍କର କମ୍ୟୁନିଟି ମ୍ୟାନେଜର ଭାରତରେ ରହିବେ। କ୍ୟୁରାସିଓ କର୍ମଚାରୀ, ଯେଉଁମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ, ସେମାନେ କାନାଡାରେ ରହନ୍ତି।
କେଉଁଠାରେ ଆପଣ ଏସସିଡି କମ୍ପାନିଅନ ଏବଂ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବିଷୟରେ ଅଭିଯୋଗ କରିବାକୁ ଯାଇପାରିବେ।↓
1. ଏସସିଡି କମ୍ପାନିଅନ୍ ପାଇଁ ଡାଟା ଫିଡୁସିୟାରି କିଏ?
କ୍ୟୁରାସିଓ ନେଟୱାର୍କ ଆଇଏନସି ମିଳିତ ଭାବରେ କେଉଁ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବେ ଏବଂ ଏସସିଡିକମ୍ପାନିଅନ୍ କିପରି କାର୍ଯ୍ୟ କରିବ ତାହା ସ୍ଥିର କରନ୍ତି।
କ୍ୟୁରାସିଓ ଏସସିଡି କମ୍ପାନିଅନ୍ ତିଆରି କରେ ଏବଂ ବିତରଣ କରେ ଏବଂ ଉପଭୋକ୍ତାମାନଙ୍କୁ ସହାୟତା ପ୍ରଦାନ କରେ। ବ୍ୟବହାରକାରୀଙ୍କ ସ୍ପଷ୍ଟ ସମ୍ମତି ବିନା କ୍ୟୁରାସିଓ ତୃତୀୟ ପକ୍ଷମାନଙ୍କ ସହିତ ଏସସିଡି କମ୍ପାନିଅନରୁ ବ୍ୟକ୍ତିଗତ ତଥ୍ୟ ଅଂଶୀଦାର କରେ ନାହିଁ।
କ୍ୟୁରାସିଓ ନେଟୱାର୍କସ୍ ଆଇଏନସି
1200 – 555 ୱେଷ୍ଟ୍ ହାଷ୍ଟିଙ୍ଗସ୍ ଷ୍ଟ୍ରିଟ୍
ଭାନକୋଭର୍ ବି.ସି
ଭି6ବି 1ଏମ୍1
ଟୋଲ୍ ଫ୍ରି1-855-888-2031
ଆନ୍ତର୍ଜାତୀୟ +1 778 985 7907
କ୍ୟୁରାସିଓ ଗୋପନୀୟତା ଅଧିକାରୀ
ଟୋଲ୍ ଫ୍ରି1-855-888-2031
ଆନ୍ତର୍ଜାତୀୟ +1 778 985 7907
2. ଏସସିଡି କମ୍ପାନିଅନ୍ କେଉଁ ପ୍ରକାରର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରେ?
ଆବଶ୍ୟକ:
ଆକାଉଣ୍ଟ ଡାଟା - ୟୁଜର୍ ନେମ୍, ଇମେଲ୍ ଠିକଣା
ମୌଳିକ ତଥ୍ୟ - ଲିଙ୍ଗ, ବୟସପରିସର, ଅବସ୍ଥାନ (ଦେଶ, ରାଜ୍ୟ / ଅଞ୍ଚଳ)
ସ୍ୱାସ୍ଥ୍ୟ ତଥ୍ୟ - ଏସସିଡି ନିଦାନ
ଇଚ୍ଛାଧିନ:
ଯନ୍ତ୍ରଣା ସଂକଟଗୁଡ଼ିକର ସୂଚନା
ଜିପିଏସ୍ ଅବସ୍ଥିତି
ବ୍ୟବହାରକାରୀଙ୍କ କାହାଣୀ
ରୁଚିଗୁଡ଼ିକ
ଅନ୍ୟାନ୍ୟ ଅବସ୍ଥା/ଅସୁବିଧା
ଉଚ୍ଚତା, ଓଜନ
ଔଷଧ ସେବନଗୁଡ଼ିକ:
ଡାକ୍ତରଖାନା ଗସ୍ତ - ତାରିଖ, ଡାକ୍ତରଖାନା ଅବସ୍ଥାନ
ଆଲର୍ଜି
ବୀମା ସୂଚନା - ପ୍ରଦାନକାରୀ, ପଲିସି ନମ୍ବର
ଉପଭୋକ୍ତା କାର୍ଯ୍ୟକଳାପ - ପୋଷ୍ଟ, ମନ୍ତବ୍ୟ, ପସନ୍ଦ, ସୁସ୍ଥତା ଟ୍ରାକିଂ, ସର୍ଭେ ଅଂଶଗ୍ରହଣ, ଆପ୍ ବ୍ୟବହାରରୁ ଆଚରଣଗତ କାର୍ଯ୍ୟକଳାପ
3. ଆମେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କ’ଣ କରୁ?
ଯେତେବେଳେ ଆପଣ ଆପଣଙ୍କର ସମ୍ମତି ଦିଅନ୍ତି (ଏହା ଠିକ ଅଛି ବୋଲି କହନ୍ତି) ଏବଂ ଏସସିଡି କମ୍ପାନିଅନ୍ ପାଇଁ ସାଇନ୍ ଅପ୍ କରନ୍ତି, କ୍ୟୁରାସିଓ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରେ।
କ୍ୟୁରାସିଓ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଏଥି ପାଇଁ ବ୍ୟବହାର କରେ:
ଆପଣଙ୍କର ଏସସିଡି କମ୍ପାନିଅନ୍ ଆକାଉଣ୍ଟ ସୃଷ୍ଟି କରିବାକୁ;
ଆପଣଙ୍କୁ ଅନ୍ୟ ଉପଭୋକ୍ତାମାନଙ୍କ ସହିତ ମେଳ କରିବାକୁ;
ଆପଣଙ୍କୁ ଅନ୍ୟ ଉପଭୋକ୍ତାମାନଙ୍କ ସହିତ ଯୋଗାଯୋଗ କରିବାକୁ ଦେବା ପାଇଁ;
ଆପଣଙ୍କର ଯନ୍ତ୍ରଣା ସଙ୍କଟ, ଅନୁଭବ ଏବଂ ଶୋଇବା ସମୟ ଟ୍ରାକ କରିବାକୁ ;
ଆପଣଙ୍କର ଡାକ୍ତର, ଡାକ୍ତରଖାନା ଗସ୍ତ, ବୀମା ଏବଂ ଔଷଧ ଉପରେ ନଜର ରଖିବାରେ ସାହାଯ୍ୟ କରିବାକୁ;
ଉପଭୋକ୍ତାମାନଙ୍କ ବିଷୟରେ ବେନାମୀ ତଥ୍ୟ ସୃଷ୍ଟି କରନ୍ତୁ ଏବଂ ଏସସିଡି କମ୍ପାନିଅନରେ ସେମାନେ କ’ଣ କରନ୍ତି;
ଏସସିଡି କମ୍ପାନିଅନ ବିଷୟରେ ଅଦ୍ୟତନ ଏବଂ ସୂଚନା ସହିତ ଆପଣଙ୍କ ସହ ଯୋଗାଯୋଗ କରିବାକୁ;
ଆପଣ କିପରି ଏସସିଡି କମ୍ପାନିଅନ ବ୍ୟବହାର କରନ୍ତି ବୁଝିବାକୁ ଯାହା ଫଳରେଆମେ ଏହାକୁ ଉନ୍ନତ କରିପାରିବୁ;
ଯେତେବେଳେ ଆପଣ ଏହା ଆବଶ୍ୟକ କରନ୍ତି ଆପଣଙ୍କୁ ସାହାଯ୍ୟ କରିବାକୁ; ଏବଂ
ଯେତେବେଳେ ଆପଣଙ୍କର ପ୍ରଶ୍ନ ରହିଥାଏ କିମ୍ବା ଏସସିଡି କମ୍ପାନିଅନ ବିଷୟରେ ଆପଣ କୌଣସି ବିଷୟ ପସନ୍ଦ କରନ୍ତି ବା କରନ୍ତି ନାହିଁ, ଯାହାକି ଆମକୁ କହିବାକୁ ଚାହୁଁଥାନ୍ତି, ଉତ୍ତର ଦିଅନ୍ତୁ।
ଆପଣ ପ୍ରବେଶ କରୁଥିବା ବ୍ୟକ୍ତିଗତ ତଥ୍ୟରୁ ଆପଣ କିଏ ବୋଲି କ୍ୟୁରାସିଓ ଜାଣେ।
କ୍ୟୁରାସିଓ ନୋଭାର୍ଟିସକୁ ବ୍ୟବହାରକାରୀମାନେଏସସିଡି କମ୍ପାନିଅନରେ କ’ଣ କରନ୍ତି, ସେହି ବିଷୟରେ ସୂଚନା ଦେଇଥାଏ । କ୍ୟୁରାସିଓ ନୋଭାର୍ଟିସକୁ ସୂଚନା ଦେବା ପୁର୍ବରୁ, କ୍ୟୁରାସିଓ ଆପଣଙ୍କ ତଥ୍ୟକୁ ନେଇଯାଇଥାଏ ।ନୋଭାର୍ଟିସ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ଦେଖିନଥାଏ, ସେଥିପାଇଁ ନୋଭାର୍ଟିସ ଜାଣେନାହିଁ ଆପଣ କିଏ ।
ନୋଭାର୍ଟିସ, ଏସସିଡି କମ୍ୟୁନିଟିର ଆବଶ୍ୟକତା ଗୁଡିକୁ ବୁଝିବାକୁ ବ୍ୟବହାରକାରୀମାନେ ଏସସିଡି କମ୍ପାନିଅନରେ କ’ଣ କରନ୍ତି, ସେହି ବିଷୟରେ ସୂଚନାକୁ ବ୍ୟବହାର କରେ ।
କ୍ୟୁରାସିଓ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବିକ୍ରୟ, ଭଡା କିମ୍ବା ଅଂଶୀଦାର କରନ୍ତି ନାହିଁ।
4. ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଏ ଦେଖିପାରିବ?
କେବଳ କିଛି ବୈଷୟିକ କ୍ୟୁରାସିଓ କର୍ମଚାରୀମାନେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିବାକୁ ସମର୍ଥ ହେବେ। ଯଦି ସେମାନେ ଆପଣଙ୍କୁ ସହାୟତା ପ୍ରଦାନ କରିବା ଆବଶ୍ୟକ କରନ୍ତି କିମ୍ବା ଏସସିଡି କମ୍ପାନିଅନ ଉପରେ ସେମାନଙ୍କର କାର୍ଯ୍ୟ ସେମାନେ ଦେଖିବା ଆବଶ୍ୟକ ହୁଏ ତେବେ ସେମାନେ ଏହା ଦେଖିବେ।
ଆପଣଙ୍କୁ ଏସସିଡି କମ୍ପାନିଅନ ବିତରଣ କରିବାରେ ସାହାଯ୍ୟ କରିବାକୁ କ୍ୟୁରାସିଓ ଅନ୍ୟ କମ୍ପାନୀଗୁଡିକ ବ୍ୟବହାର କରେ। ଏହି ଅନ୍ୟ କମ୍ପାନୀଗୁଡିକ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ। ଏସସିଡି କମ୍ପାନିଅନ ବିତରଣ କରିବାକୁ ସେମାନେ କେବଳ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିବାକୁ ଅନୁମତିପ୍ରାପ୍ତ।
ଅନ୍ୟ ବ୍ୟବହାରାକାରୀମାନେ କେଉଁ ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ ତାହା ଆପଣ ସ୍ଥିର କରନ୍ତି। ଆପଣ ଆପରେ ଥିବା “ସେଟିଂସ୍” ଟ୍ୟାବକୁ ଯାଇ ଆପଣଙ୍କର ମୌଳିକ ସୂଚନା, ମୌଳିକ ସ୍ୱାସ୍ଥ୍ୟ ସୂଚନା, କାହାଣୀ ଏବଂ ଆଗ୍ରହକୁ ଅନ୍ୟ ଉପଭୋକ୍ତାମାନଙ୍କୁ ଦେଖାଇବାକୁ ବାଛିପାରିବେ।
ଯେତେବେଳେ ଆପଣ ଏସସିଡି କମ୍ପାନିଅନରେ କିଛି ପୋଷ୍ଟ କରନ୍ତି, ଆପଣ ଏହାକୁ ସମଗ୍ର ସମ୍ପ୍ରଦାୟ, ଆପଣଙ୍କ ପରିସର, କେବଳ ଗୋଟିଏ କିମ୍ବା ଦୁଇଜଣ ସାଙ୍ଗ ସହିତ ଅଂଶୀଦାର କରିବାକୁ ବାଛିପାରିବେ, କିମ୍ବା ଆପଣ ଏହାକୁ ବ୍ୟକ୍ତିଗତ ରଖିପାରିବେ।
ଅନ୍ୟ ଉପଭୋକ୍ତାମାନେ ଆପଣଙ୍କର ସ୍ୱାସ୍ଥ୍ୟ ପାସପୋର୍ଟରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ ନାହିଁ।
ଯେତେବେଳେ ଆପଣ ଆପଣଙ୍କର ଆକାଉଣ୍ଟ୍ ସେଟ୍ ଅପ୍ କରନ୍ତି, କ୍ୟୁରାସିଓଆପଣଙ୍କର ପରିସରରେ ଏକ କ୍ୟୁରାସିଓ କମ୍ୟୁନିଟି ମ୍ୟାନେଜର୍ ଯୋଗ କରେ। ଆପଣଙ୍କର ସହାୟତା କରିବାକୁ ଆପଣଙ୍କର କମ୍ୟୁନିଟି ମ୍ୟାନେଜରଅଛନ୍ତି। ସେ ସମଗ୍ର ପରିସରକୁ ବ୍ୟକ୍ତିଗତ ବାର୍ତ୍ତା ପଠାଇ ପାରିବେ ଏବଂ ଏସସିଡି ସମ୍ପ୍ରଦାୟ ପାଇଁ ଭଲ ନଥିବା ପୋଷ୍ଟଗୁଡିକ ଅପସାରଣ କରିପାରିବେ।
କ୍ୟୁରାସିଓ ଏହି କମ୍ପାନୀଗୁଡିକୁ ଏସସିଡି କମ୍ପାନିଅନ ବିତରଣ କରିବା ପାଇଁ ସାହାଯ୍ୟ କରେ:
ଭାରତରେ ଆମାଜନ ୱେବ୍ ସେବା
ଯୁକ୍ତରାଷ୍ଟ୍ରରେ ଆପ୍ଟିବଲ - କ୍ୟୁରାସିଓ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏହି କମ୍ପାନୀକୁ ପଠାଇବା ପୂର୍ବରୁ କୋଡ୍ (“ଏହାକୁ ଏନକ୍ରିପ୍ ବା ଗୁଢଲିଖିତ”) ରେ ଲେଖିଥାଏ। ଆପଣ କିଏ ବୋଲି ଏହି କମ୍ପାନୀ କହିପାରିବ ନାହିଁ।
ଯୁକ୍ତରାଷ୍ଟ୍ରରେ ଆପଲ୍ ପୁସ୍ ବିଜ୍ଞପ୍ତି - ଏହି କମ୍ପାନୀ ଅନ୍ୟ ବ୍ୟବହାରକାରୀମାନଙ୍କୁ ଆପଣଙ୍କର ବାର୍ତ୍ତା ପଠାଏ ଏବଂ ଯଦି ଆପଣ ଏକ ଆଇଫୋନ୍ କିମ୍ବା ଆଇପ୍ୟାଡ୍ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଏସସିଡି କମ୍ପାନିଅନ ବାର୍ତ୍ତା ପଠାଏ। ଏହି କମ୍ପାନି ସନ୍ଦେଶ ରଖନ୍ତି ନାହିଁ।
ଯୁକ୍ତରାଷ୍ଟ୍ରରେ ଫାୟାରବେସ୍ କ୍ଲାଉଡ୍ ମେସେଜିଂ - ଯଦି ଆପଣ ଏକ ଆଣ୍ଡ୍ରଏଡ୍ ଡିଭାଇସ୍ କିମ୍ବା ୱେବ୍ ଆପ୍ଲିକେସନ୍ ବ୍ୟବହାର କରନ୍ତି ତେବେ ଏହି କମ୍ପାନୀ ଅନ୍ୟ ବ୍ୟବହାରକାରୀଙ୍କୁ ଆପଣଙ୍କ ବାର୍ତ୍ତା ପଠାଇଥାଏ ଏବଂ ଏସସିଡି କମ୍ପାନିଅନ ବାର୍ତ୍ତା ପଠାଇଥାଏ। ଏହି କମ୍ପାନି ସନ୍ଦେଶ ରଖନ୍ତି ନାହିଁ।
ଯୁକ୍ତରାଷ୍ଟ୍ରରେ ଗୁଗୁଲ୍ ଆନାଲିଟିକ୍ସ - ଆପଣ କିପରି ଏସସିଡି କମ୍ପାନିଅନ୍ ବ୍ୟବହାର କରନ୍ତି ସେ ବିଷୟରେ ଏହି କମ୍ପାନୀ କ୍ୟୁରାସିଓ ପାଇଁ ସୂଚନା ସଂଗ୍ରହ କରେ। ଏହି କମ୍ପାନୀ କହିପାରିବ ନାହିଁ ଯେ, ଆପଣ କେଉଁ ସ୍ଥାନର, ଆପଣ ଏସସିଡି କମ୍ପାନିଅନରେ କଣ କରନ୍ତି।
5. ପ୍ରତିକୂଳ ଘଟଣାବଳି
ଆଇନ ହେଉଛି ଯେ ଫାର୍ମାସିଉଟିକାଲ୍ସ କମ୍ପାନୀମାନଙ୍କୁ ସେମାନଙ୍କର ଔଷଧ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସହ ଘଟୁଥିବା ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଘଟଣା ବିଷୟରେ ରିପୋର୍ଟ କରିବାକୁ ପଡିବ (ଏଗୁଡ଼ିକୁ “ପ୍ରତିକୂଳ ଘଟଣା” କୁହାଯାଏ)। ଆପଣଙ୍କର କମ୍ୟୁନିଟି ମ୍ୟାନେଜର୍ ଏସସିଡି କମ୍ପାନିଅନରେ କ’ଣ ଘଟେ ତାହା ଉପରେ ନଜର ରଖିବ ଏବଂ ନୋଭାର୍ଟିସ୍ ଉପରେ ପ୍ରତିକୂଳ ଘଟଣା ରିପୋର୍ଟ କରିବ। କମ୍ୟୁନିଟି ମ୍ୟାନେଜର୍ ନୋଭାର୍ଟିସକୁସେହି ବ୍ୟବହାରକାରୀଙ୍କର ବ୍ୟକ୍ତିଗତ ସୂଚନା ଦିଅନ୍ତି ନାହିଁ, ଯାହାର ପ୍ରତିକୂଳ ଘଟଣା ରହିଥାଏ। ଏହା ପରିବର୍ତ୍ତେ, କମ୍ୟୁନିଟି ମ୍ୟାନେଜର୍ ଆପରେ ଥିବା ବ୍ୟବହାରକାରୀଙ୍କୁ ଯୋଗାଯୋଗ କରିବେ ଏବଂ ନୋଭାର୍ଟିସ୍ ରୋଗୀ ସୁରକ୍ଷା କାର୍ଯ୍ୟାଳୟ ପାଇଁ ଏକ ଇମେଲ୍ ଠିକଣା ଦେବେ।ତା’ପରେ ବ୍ୟବହାରକାରୀମାନେ ନୋଭାର୍ଟିସ୍ ସହିତ ଯୋଗାଯୋଗ କରିପାରିବେ କିମ୍ବା ନକରିପାରିବେ।
6. ଆମେ କେତେ ଦିନ ପର୍ଯ୍ୟନ୍ତ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ରଖିବୁ?
ଆପଣ ଏସସିଡି କମ୍ପାନିଅନ ବ୍ୟବହାର କରୁଥିବା ବେଳେ କ୍ୟୁରାସିଓ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ରଖିବ। ଯଦି ଆପଣ 5 ବର୍ଷ ପାଇଁ ଏସସିଡି କମ୍ପାନିଅନ ବ୍ୟବହାର କରନ୍ତି ନାହିଁ, କ୍ୟୁରାସିଓ ଆପଣଙ୍କ ଆକାଉଣ୍ଟ ଏବଂ ବ୍ୟକ୍ତିଗତ ତଥ୍ୟକୁ ଏସସିଡି କମ୍ପାନିଅନରୁ ଅପସାରଣ କରିବ।
ଆପଣଙ୍କ ଆକାଉଣ୍ଟକୁ ବାତିଲ କରିବାକୁ ଆପଣ ସେଟିଙ୍ଗକୁ ମଧ୍ୟ ଯାଇପାରିବେ ଏବଂ ଏସସିଡି କମ୍ପାନିଅନରୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଅପସାରଣ କରିବାକୁ କ୍ୟୁରାସିଓକୁ କହିପାରିବେ। କ୍ୟୁରାସିଓ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସକ୍ରିୟ ଡାଟାବେସ୍ ରୁ ଲିଭାଇ ଅପସାରଣ କରିଥାଏ। କ୍ୟୁରାସିଓକୁ ଏହା କରିବାକୁ 60 ଦିନ ଲାଗିବ।
ନିରାପଦ ରଖିବା ପାଇଁ କ୍ୟୁରାସିଓ ନିୟମିତ ଭାବରେ ଏସସିଡି କମ୍ପାନିଅନର କପି/ନକଲ ତିଆରି କରେ। କ୍ୟୁରାସିଓ ଏହି କପିଗୁଡ଼ିକୁ ପାଞ୍ଚ ବର୍ଷ ପାଇଁ ଏକ ସୁରକ୍ଷିତ ସ୍ଥାନରେ ରଖେ। କପିରୁ ବ୍ୟକ୍ତିଗତ ତଥ୍ୟ ଅପସାରଣ କରିବା ପାଇଁ କ୍ୟୁରାସିଓ ପାଇଁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଏସସିଡି କମ୍ପାନିଅନରୁ ଅପସାରଣ ହେବାଠାରୁ ପାଞ୍ଚ ବର୍ଷ ଲାଗିବ।
7. ଆମେ କିପରି ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବୁ?
କ୍ୟୁରାସିଓ କାନାଡାର ଗୋପନୀୟତା ନିୟମ ଅନୁସରଣ କରେ, ଯେଉଁଠାରେ କ୍ୟୁରାସିଓ ଅବସ୍ଥିତ, ଏବଂ ଭାରତରେ ଗୋପନୀୟତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଅନୁସରଣ କରେ।ଅମେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବୈଷୟିକ ଏବଂ ସାଂଗଠନିକ ଉପାୟ ବ୍ୟବହାର କରୁ।
କ୍ୟୁରାସିଓ
ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଆଦାନପ୍ରଦାନ ଏବଂ ସଂରକ୍ଷଣ କରିବା ସମୟରେ ଏହାକୁ କୋଡ୍ (“ଏହାକୁ ଏନକ୍ରିପ୍ଟ”) ଆକାରରେ ରଖେ।
ଯଦି ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ରଖିବାର ଆବଶ୍ୟକତା ନାହିଁ ତେବେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଅପସାରଣ କରେ।
ନିଶ୍ଚିତ କରନ୍ତୁ ଯେ କେବଳ କର୍ମଚାରୀମାନେ, ଯେଉଁମାନେ ସେମାନଙ୍କର କାର୍ଯ୍ୟ କରିବା ପାଇଁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିବା ଆବଶ୍ୟକ କରନ୍ତି, ସେମାନେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ।
ଏସସିଡି କମ୍ପାନିଅନ ବିତରଣରେ ସାହାଯ୍ୟ କରୁଥିବା କମ୍ପାନୀଗୁଡିକ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବା ପାଇଁ ଶପଥ କରାଇଥାଏ। ସେମାନେ କେବଳ ଏସସିଡି କମ୍ପାନିଅନ ବିତରଣ କରିବାକୁ କ୍ୟୁରାସିଓଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିପାରନ୍ତି।
8. ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ପାଇଁ ଆପଣଙ୍କର କେଉଁ ଅଧିକାର ରହିଛି?
ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଏସସିଡି କମ୍ପାନିଅନ ସେଟିଂସ ଟ୍ୟାବରେ ଦେଖିବା ଏବଂ ସଂପାଦନ କରିବାର ଅଧିକାର ଅଛି। ଆପଣ ସେଠାରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟର ଏକ କପି ପାଇଁ ମଧ୍ୟ ଅନୁରୋଧ କରିପାରିବେ।
ଆପଣଙ୍କର ତଥ୍ୟ ବ୍ୟବହାର ଜାରି ରଖିବା ପାଇଁ ଆପଣ କ୍ୟୁରାସିଓ ଠାରୁ ଆପଣଙ୍କର ସମ୍ମତି ପ୍ରତ୍ୟାହାର କରିପାରିବେ। ଆପଣଙ୍କ ଆକାଉଣ୍ଟକୁ ବାତିଲ କରି ଏବଂ ଏସସିଡି କମ୍ପାନିଅନରୁ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଅପସାରଣ କରିବାକୁ କ୍ୟୁରାସିଓକୁ କହି ଆପଣ ଏହା କରିପାରିବେ।
ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସଂଶୋଧନ କରିବାକୁ ଆପଣ କ୍ୟୁରାସିଓକୁ କହିପାରିବେ।
ଯଦି ଆପଣଙ୍କର ଅଧିକାର ଏବଂ ସେଗୁଡିକ କିପରି ବ୍ୟବହାର କରାଯିବ ସେ ସମ୍ବନ୍ଧରେ ଆପଣଙ୍କର ପ୍ରଶ୍ନ ରହିଛି, ଦୟାକରି କ୍ୟୁରାସିଓର ଗୋପନୀୟତା ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।
9. ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଆଧାରରେ ନିଷ୍ପତ୍ତି ନେବା ପାଇଁ କମ୍ପ୍ୟୁଟରଗୁଡିକ ବ୍ୟବହୃତ ହୁଏ କି?
ହଁ, ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ଦେଖିବା ଏବଂ ଏସସିଡିକମ୍ପାନିଅନ୍ ବ୍ୟବହାରକାରୀଙ୍କୁ ମେଳକ କରିବା ପାଇଁ କ୍ୟୁରାସିଓର କମ୍ପ୍ୟୁଟର ଗୁଡିକରେ ନିୟମର ଏକ ସେଟ୍ ବ୍ୟବହାରକରାଯାଇଥାଏ। ଏସସିଡି କମ୍ପାନିଅନ ତା'ପରେ ଏହି ବନ୍ଧୁମାନଙ୍କୁ ଆପରେ ଆପଣଙ୍କୁ ପରାମର୍ଶ ଦେଇଥାଏ। ଆପଣ ଆପଣଙ୍କର ପରିସରକୁ ଜଣେ ପ୍ରସ୍ତାବିତ ବନ୍ଧୁଙ୍କୁ ଆମନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ନାହିଁ ଆପଣ ସ୍ଥିର କରନ୍ତୁ।
ଏସସିଡି କମ୍ପାନିଅନ ଆପଣଙ୍କୁ ଅନ୍ୟ ବ୍ୟବହାରକାରୀମାନଙ୍କ ପାଇଁ ବନ୍ଧୁ ଭାବରେ ମଧ୍ୟ ପରାମର୍ଶ ଦେଇଥାଏ। ଅନ୍ୟ ବ୍ୟବହାରକାରୀମାନେ ଆପଣଙ୍କୁ ନିମନ୍ତ୍ରଣ ପଠାଇ ପାରନ୍ତି। ଆପଣ ଅନ୍ୟ ଏକ ବ୍ୟବହାରକାରୀ ପରିସରରେ ଏକ ନିମନ୍ତ୍ରଣ ଗ୍ରହଣ କରିବାକୁ ଚାହୁଁଛନ୍ତି କି ନାହିଁନିଜେ ସ୍ଥିର କରନ୍ତି।
ଏସସିଡି କମ୍ପାନିଅନକୁ କେତେ ବ୍ୟକ୍ତିଗତ ତଥ୍ୟ ଦେବେ ଆପଣ ସ୍ଥିର କରିବେ। ଯେତେବେଳେ ଆପଣ ଅଧିକ ତଥ୍ୟ ପ୍ରଦାନ କରନ୍ତି, ଆପଣଙ୍କର ବନ୍ଧୁ ପରାମର୍ଶଗୁଡ଼ିକ ଆପଣଙ୍କ ପାଇଁ ଭଲ ମେଳକ ହେବ ଏବଂ ଆପଣଙ୍କୁ ସେମାନଙ୍କ ପରିସରରେ ଗ୍ରହଣ କରିବାର ସମ୍ଭାବନା ଅଧିକ ରହିବ। ମନେରଖନ୍ତୁ, ଆପଣ ପ୍ରସ୍ତୁତ ଥିବାବେଳେ ଆପଣ ସଦାସର୍ବଦା ଅଧିକ ସୂଚନା ସହିତ ଆପଣଙ୍କର ପ୍ରୋଫାଇଲ୍ ଅପଡେଟ୍ କରିପାରିବେ।
10. ଏସସିଡି କମ୍ପାନିଅନ୍ ପିଲାମାନଙ୍କ ପାଇଁ ରହିଛି କି?
ପରିକଳ୍ପନା ଅନୁଯାୟୀ, ଏସସିଡି କମ୍ପାନିଅନ ଅଠର (18) ବର୍ଷରୁ କମ ବୟସର ବ୍ୟବହାରକାରୀଙ୍କଠାରୁ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରେ ନାହିଁ।
11. ଏସସିଡି କମ୍ପାନିଅନ୍ ଆପଣଙ୍କ ନିଜ ଦେଶ ବାହାରେ ଥିବା ଅନ୍ୟ ଦେଶକୁବ୍ୟକ୍ତିଗତ ତଥ୍ୟ ନେଇପାରେ?
ଏସସିଡି କମ୍ପାନିଅନ ବିତରଣ କରିବାକୁ କ୍ୟୁରାସିଓ ଭାରତରେ ସେବା ପ୍ରଦାନକାରୀଙ୍କୁ ବ୍ୟବହାର କରେ। ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଭାରତରେ ଗଚ୍ଛିତ ରହିବ।
ଆପଣଙ୍କର କମ୍ୟୁନିଟି ମ୍ୟାନେଜର ଭାରତରେ ରହିବେ।
କ୍ୟୁରାସିଓ କର୍ମଚାରୀ ଯେଉଁମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଦେଖିପାରିବେ ସେମାନେ କାନଡାରେ ରହନ୍ତି।
12.ଏସସିଡି କମ୍ପାନିଅନ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସହିତ କିପରି କାରବାର କରନ୍ତି ସେ ବିଷୟରେ ଆପଣ ଅଭିଯୋଗ କରିବାକୁ କେଉଁଠାକୁ ଯାଇପାରିବେ?
ଯଦି ଆପଣ ଏସସିଡି କମ୍ପାନିଅନ ଏବଂ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବିଷୟରେ ଚିନ୍ତିତ ତେବେ ଆପଣ କ୍ୟୁରାସିଓର ଗୋପନୀୟତା ଅଧିକାରୀଙ୍କୁ କହିପାରିବେ।
ଯଦି କ୍ୟୁରାସିଓର ଗୋପନୀୟତା ଅଧିକାରୀଙ୍କୁ କହିବା ସାହାଯ୍ୟ କରେ ନାହିଁ, ତେବେ ଆପଣ କାନାଡାର ଗୋପନୀୟତା କମିଶନରଙ୍କୁ କହିପାରିବେ: