ସାମୂହିକ ନିର୍ଦ୍ଦେଶାବଳୀ
ଆପଣଙ୍କୁ ଏଠାରେ ଦେଖି ଆମେ ବହୁତ ଖୁସି! ଆମେ ଆପଣଙ୍କଠାରୁ ଶୁଣିବାକୁ ଭଲପାଉ ଏବଂ ଆଶା କରୁଛୁ ଯେ ଆପଣ ଆପ୍ ରେ ବହୁତ ଭଲ ସମ୍ପର୍କ ସ୍ଥାପନ କରୁଛନ୍ତି । ଯେକୌଣସି ଧାରଣା ଆଦାନପ୍ରଦାନ ପରି, ସମାଜ ବା ସମୂହରେ କିଛି ପୋଷ୍ଟ କରିବା ଏବଂ ଅଂଶଗ୍ରହଣ କରିବା ସମୟରେ ସମସ୍ତଙ୍କ ପାଇଁ ଅନୁସରଣ କରିବା ନିମିତ୍ତ କିଛି ସଧାରଣ ନିୟମ ରହିବା ଗୁରୁତ୍ୱପୂର୍ଣ୍ଣ ।
ନିମ୍ନରେ ସମୂହର ନିର୍ଦ୍ଦେଶାବଳୀ ସହିତ ନିଜକୁ ପରିଚିତ କରିବାକୁ ଦୟାକରି କିଛି ସମୟ ନିଅନ୍ତୁ । ଆଲୋଚନାରୁ ମନ୍ତବ୍ୟ/ପୋଷ୍ଟଗୁଡିକ ଅପସାରିତ ହେବାର କାରଣ ଏବଂ ଭଦ୍ରୋଚିତ ସମୂହ ଅଂଶଗ୍ରହଣର ଏକ ସାଧାରଣ ରୂପରେଖ ଆପଣ ଦେଖିବେ । ଏହି ନିର୍ଦ୍ଦେଶାବଳୀଗୁଡିକ ଅନୁସରଣ କରିବା ଦ୍ୱାରା ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ, ନିରାପଦ ଏବଂ ସମ୍ମାନଜନକ ପରିବେଶ ପ୍ରତିପୋଷଣ କରିବାରେ ସାହାଯ୍ୟ କରିବ - ଏବଂ ଏକ ସ୍ଥାନ ଯେଉଁଠାରେ ସମସ୍ତେ ନିଜକୁ ମୂଲ୍ୟବାନ ଏବଂ ଅନ୍ତର୍ଭୁକ୍ତ ଅନୁଭବ କରିପାରିବେ ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ହୋମ ଫିଡରେ ସମୂହ ପୋଷ୍ଟଗୁଡିକ ଏକ ସ୍ୱୟଂଚାଳିତ ଉପକରଣ ଦ୍ୱାରା ନିରୀକ୍ଷଣ କରାଯାଏ । ପ୍ରତିକୂଳ ଘଟଣା କିମ୍ବା ଉତ୍ପାଦ ଅଭିଯୋଗ କିମ୍ବା ଆପଣଙ୍କ ପାଖରେ ଥିବା ଏକ ସମସ୍ୟା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆମକୁ ଆପଣଙ୍କ ସହ ଯୋଗାଯୋଗ କରିବାକୁ ଆପଣଙ୍କର ଯୋଗାଯୋଗ ସୂଚନା ପୁନରୁଦ୍ଧାର କରିବାକୁ ପଡିପାରେ ।
ନିୟମ ଅନୁସରଣ କରନ୍ତୁ ।
ଏହାର କୌଣସି ବ୍ୟାଖ୍ୟା ଆବଶ୍ୟକ ନାହିଁ - ଦୟାକରି ସମୂହରେ କିଛି ବେଆଇନ କରନ୍ତୁ ନାହିଁ । ଆମେ ଚାହୁଁ ଯେ ସମସ୍ତ ସମୂହ ସଦସ୍ୟମାନେ ସ୍ଥାନୀୟ ଆଇନ ଏବଂ ନିୟମାବଳୀ ପାଳନ କରନ୍ତୁ ଏବଂ ବେଆଇନ କାର୍ଯ୍ୟକଳାପ ସହ ଜଡିତ ବିଷୟବସ୍ତୁକୁ ଅପସାରଣ କରିବେ ।
ଅନ୍ୟକୁ ସମ୍ମାନ ଦିଅନ୍ତୁ ଏବଂ ସମୂହ ପ୍ରତି ସକାରାତ୍ମକ ଯୋଗଦାନ କରନ୍ତୁ ।
ଅଶ୍ଳୀଳ ବା ଆପତ୍ତିଜନକ ଭାଷାର ବ୍ୟବହାର ନିଷେଧ ଅଟେ । ଆମେ ସେପରି ମନ୍ତବ୍ୟ / ପୋଷ୍ଟଗୁଡିକ ଅପସାରଣ କରିବୁ, ଏବଂ କେତେକ କ୍ଷେତ୍ରରେ, ଯେକୌଣସି ବିଷୟବସ୍ତୁର ପୋଷ୍ଟିଂକୁ ପ୍ରତିରୋଧ କରିବୁ ଯେଉଁଥିରେ କ୍ଷତି, ଗାଳିଗୁଲଜ, ଭୟ କିମ୍ବା ନିର୍ଯ୍ୟାତନା, ଘୃଣାପୂର୍ଣ୍ଣ ବକ୍ତବ୍ୟ, ଅଶ୍ଳୀଳ ଭାଷା, ହିଂସା କିମ୍ବା ଯୌନସମ୍ବନ୍ଧୀୟ ବିଷୟବସ୍ତୁ ରହିଥାଏ ।
ପ୍ରାମାଣିକ ହୁଅନ୍ତୁ ।
ଆମେ ଚାହୁଁ କହୁଛୁ ଯେ ଉପଭୋକ୍ତାମାନେ ସେମାନଙ୍କର ପ୍ରାମାଣିକ, ସର୍ବୋତ୍ତମ ଚରିତ୍ରକୁ ବାର୍ତ୍ତାଳାପରେ ଆଣନ୍ତୁ ଏବଂ କେବଳ ସେମାନଙ୍କର ସେହି ବିଷୟବସ୍ତୁ ପୋଷ୍ଟ କରନ୍ତୁ କିମ୍ବା ସେୟାର୍ କରନ୍ତୁ ଯାହା ସେମାନଙ୍କର ଅଧିକାରଭୁକ୍ତ । ଉପଭୋକ୍ତାମାନେ ସର୍ବଦା ପ୍ରକୃତ ନାମ ବ୍ୟବହାର ନକରି ସେମାନଙ୍କର ଗୋପନୀୟତା ଏବଂ ପରିଚୟକୁ ସୁରକ୍ଷା ଦେଇପାରିବେ, ତଥାପି ଲୋକମାନେ ଛଳନା କରିବା କିମ୍ବା ଭୁଲ ତଥ୍ୟ ଉପସ୍ଥାପନ କରିବା ପାଇଁ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ । ଆମେ ବିଷୟବସ୍ତୁ କିମ୍ବା ଆକାଉଣ୍ଟଗୁଡ଼ିକୁ ଅପସାରଣ କରିବୁ ଯାହା ସନ୍ଦେହଜନକ କିମ୍ବା ଅନ୍ୟର ଛଦ୍ମନାମ ବ୍ୟବହାର କରୁଥିବ ।
ଭୁଲ ତଥ୍ୟ ପ୍ରଚାର କରନ୍ତୁ ନାହିଁ ।
ଅଭିଜ୍ଞତା ବାଣ୍ଟିବା ଏବଂ ସେମାନଙ୍କ ସାଥୀଙ୍କଠାରୁ ଶିଖିବା ପାଇଁ ଆମର ସମୂହ ଏକ ନିରାପଦ ସ୍ଥାନ । ଆମେ ଚାହୁଁ ଯେ ଉପଭୋକ୍ତାମାନେ କେବଳ ବିଶ୍ୱସନୀୟ ସୂଚନା ପୋଷ୍ଟ କରନ୍ତୁ ଏବଂ ଅନ୍ୟ ଉପଭୋକ୍ତାଙ୍କୁ ଚିକିତ୍ସା ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ । ଆମେ ଏପରି ବିଷୟବସ୍ତୁ ଅପସାରଣ କରିପାରୁ ଯାହା ଅବିଶ୍ୱସନୀୟ କିମ୍ବା ଏହା ବୈଜ୍ଞାନିକ ପ୍ରମାଣ କିମ୍ବା ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶନକୁ ବିରୋଧ କରେ ।
ଆପ୍କୁ ଅନୁରୋଧର ଏକ ମାଧ୍ୟମ ଭାବରେ ବ୍ୟବହାର କରନ୍ତୁ ନାହିଁ ।
ଆମର ସମୂହ କୌଣସି ଉତ୍ପାଦ କିମ୍ବା ସେବା କ୍ରୟ କିମ୍ବା ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ । ଆମେ ଏପରି ବିଷୟବସ୍ତୁ ଅପସାରଣ କରିବୁ ଯାହା ପ୍ରୋତ୍ସାହନମୂଳକ କିମ୍ବା ବ୍ୟବସାୟିକ ସେବା କିମ୍ବା ଉତ୍ପାଦ ପ୍ରଦାନ କରେ ।
ଅନ୍ୟାନ୍ୟ ଏଡ଼ାଇବା ଯୋଗ୍ୟ ବିଷୟ
ଉପକାରିତା କିମ୍ବା ପାର୍ଶ୍ୱ ପ୍ରତିକ୍ରିୟା ଥିବା ପ୍ରେସକ୍ରିପସନ୍ ଯୁକ୍ତ ଉତ୍ପାଦଗୁଡିକ
ଅଫ୍-ଲେବଲ୍ (ଏକ ଉତ୍ପାଦର ଅନୁମୋଦିତ ବ୍ୟବହାର) ଆଲୋଚନା
ଡାକ୍ତରୀ ପରାମର୍ଶ କିମ୍ବା ଚିକିତ୍ସା ପରାମର୍ଶ ପାଇଁ ଅନୁରୋଧ କିମ୍ବା ପ୍ରସ୍ତାବ
ନିର୍ଦ୍ଦିଷ୍ଟ କ୍ଲିନିକ୍ କିମ୍ବା ସ୍ୱାସ୍ଥ୍ୟ ସେବା ବୃତ୍ତିଗତଙ୍କ ସୁପାରିଶ, ସମାଲୋଚନା, କିମ୍ବା ସବଜେକ୍ଟିଭ୍ ରେଟିଂ
ଅନ୍ୟ ଫୋରମ୍ ବ୍ୟବହାରକାରୀ କିମ୍ବା କ୍ୟୁରେସିଓ ନେଟୱାର୍କ ଆଇଏନ୍ସି ଏବଂ ଏହାର କର୍ମଚାରୀମାନଙ୍କ ବିଷୟରେ ସମାଲୋଚନା କିମ୍ବା ମତାମତ
ଚିକିତ୍ସା ସମ୍ବନ୍ଧୀୟ ପ୍ରତିକୂଳ ଘଟଣାଗୁଡ଼ିକର ରିପୋର୍ଟ କରିବା । ପ୍ରତିକୂଳ ଘଟଣାଗୁଡ଼ିକୁ ରିପୋର୍ଟ କରିବା ପାଇଁ ଅନ୍ୟ ନିର୍ଦ୍ଦିଷ୍ଟ ଚ୍ୟାନେଲ ସବୁ ଅଛି ।
ଅନ୍ୟ ଉପଭୋକ୍ତାଙ୍କୁ ରିପୋର୍ଟ କରିବା ଏବଂ / କିମ୍ବା ଅପସାରଣ କରିବା: ଆପଣ କିପରି ସମୂହକୁ ବନ୍ଧୁତ୍ୱପୂର୍ଣ୍ଣ, ନିରାପଦ ଏବଂ ସମ୍ମାନଜନକ ରଖିବାରେ ସାହାଯ୍ୟ କରିପାରିବେ
ଯଦି ଆପଣ ଦେଖନ୍ତି ଯେ ସମୂହର ଅନ୍ୟ ଜଣେ ସଦସ୍ୟ ଏହି ସମୂହର ନିର୍ଦ୍ଦେଶାବଳୀ ପାଳନ କରୁନାହାଁନ୍ତି ତେବେ ଆପଣ ଉପଭୋକ୍ତାଙ୍କୁ ସ୍ୱାସ୍ଥ୍ୟ କନସିୟର୍ଜ୍ / ଏଜେଣ୍ଟକୁ ରିପୋର୍ଟ କରିପାରିବେ । ଏକ ଉପଭୋକ୍ତାଙ୍କର ପ୍ରୋଫାଇଲରେ କ୍ଲିକ୍ କରିବା ପରେ ରିପୋର୍ଟ କିମ୍ବା ରିପୋର୍ଟ ଏବଂ ଅପସାରଣ କ୍ଲିକ୍ କରି ଆପଣ ଏହା କରିପାରିବେ । ରିପୋର୍ଟ କରିବାର ଏକ କାରଣ ଦେବାକୁ ଆପଣଙ୍କୁ କୁହାଯିବ । ଆପଣଙ୍କ ୟୁଜର୍ ନାମ ଏବଂ ଆପଣ ରିପୋର୍ଟ କରୁଥିବା ଆକାଉଣ୍ଟର ୟୁଜର୍ ନାମ ପରବର୍ତ୍ତୀ ଅନୁବର୍ତ୍ତନ ପାଇଁ ସ୍ୱାସ୍ଥ୍ୟ କନସିୟର୍ଜ୍ / ଏଜେଣ୍ଟଙ୍କୁ ଦିଆଯିବ । ଯାହାର ଆକାଉଣ୍ଟକୁ ଆପଣ ରିପୋର୍ଟ କରିଛନ୍ତି ଆମେ ସେ ଉପଭୋକ୍ତାଙ୍କୁ ଜଣାଇବୁ ନାହିଁ । ଯଦି ଜଣେ ଉପଭୋକ୍ତା ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରୁଥିବା ଦେଖାଯାଏ, ଆମେ ସେମାନଙ୍କ ବିଷୟବସ୍ତୁ/ପୋଷ୍ଟ କିମ୍ବା ସେମାନଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଭାବରେ ଅପସାରଣ କରିବୁ ।
ଆମେ ଏଠାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ ଏବଂ ଏହା ଆପଣଙ୍କ ପାଇଁ ଏକ ନିରାପଦ ଏବଂ ସକରାତ୍ମକ ଅଭିଜ୍ଞତା ହେଉ ବୋଲି ଚାହୁଁଛୁ । ଯଦି ଆମେ କୌଣସି ପ୍ରଶ୍ନ କିମ୍ବା ଚିନ୍ତାର ଉତ୍ତର ଦେଇପାରିବୁ ତେବେ ଦୟାକରି ଆମକୁ ଜଣାନ୍ତୁ । ଆମେ ଆପଣଙ୍କର ଅଂଶଗ୍ରହଣକୁ ବହୁତ ଗୁରୁତ୍ୱ ଦେଉଛୁ ଏବଂ ଆପଣଙ୍କ ମତାମତ ପାଇବାକୁ ଇଚ୍ଛା କରୁଛୁ ।